fbpx
BSKY SKY
BSKY SKY

ଆମାଜନ ପାଇଁ ମୁଣ୍ଡବିନ୍ଧା ହିଟଲର୍ ନିଶ !

BSKY

ନିଶ ପୁରୁଷର ମରଦ ପଣିଆ ଚିହ୍ନ । ସାଉଥ୍ ସିନେମା ରେ କିଛି ଥାଉ ବା ନଥାଉ ହିରୋ ଆଉ ଭିଲିଆନ୍ ନିଶ ଜବରଦସ୍ତ ରହିଥାଏ ।
ନିଶ ନେଇ କେତେ କଥା ” ମୁଞ୍ଚ୍ ନେହି ତୋ କୁଛ ନେହୀ” ନହେଲେ ‘ମୁଞ୍ଚ୍ ହୋତୋ ନଥୁ ଲାଲ୍ ଜୈଶି ନାହିତୋ ନା ହୋ ‘ ବା ସିଂଘମ୍ ନିଶ । ୧୯୦୦ ମସିହା ବେଳକୁ “ଚାର୍ଲି ଚାପଲିନ”ଙ୍କ ନିଶ ପୁରା ଦୁନିଆଁ ପାଇଁ କୌତୁକିଆ ଥିଲା । ହେଲେ ଆଉ ଜଣେ ବି ସେମିତି ନିଶ ରଖିଥିଲେ । ସେ ଥିଲେ ଏକଛତ୍ରବାଦ ନାଜୀ ଜର୍ମାନ ଶାସକ ଆଡୋଲଫ୍ ହିଟଲର । ଇତିହାସ କହେ ସେ ଜିହୁଦି ମାନଙ୍କ ପ୍ରତି ବହୁ କ୍ରୁର ଥିଲେ ଓ ଏକ କୋଟିରୁ ଅଧିକ ଜିହୁଦି ମାନଙ୍କ ହତ୍ୟା କରିଥିଲେ। ତେବେ ଆଡୋଲଫ୍ ହିଟଲରଙ୍କ ନିଶ ଓ ଚାର୍ଲି ଚାପଲିନଙ୍କ ନିଶ ସମାନ ଥିଲା ।

ତେବେ ଏହି ନିଶ ଏବେ ମୁଣ୍ଡବିନ୍ଧା କାରଣ ପାଲଟିଛି ଇ- କମର୍ସ ସାଇଟ୍ ଆମାଜନ୍ ପାଇଁ । ଆମାଜନ୍ ଏହାର ଲୋଗୋ ଦୁଇମାସ ପୂର୍ବେ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଲୋଗୋ ଅପଡେଟ୍ କରିଥିଲା ତେବେ ଏହି ଲୋଗୋ “ଟୁଥବ୍ରସ ମୁଷ୍ଟାଚ’ ବା ହିଟଲାରୀ ନିଶ ପରି ଲୋକଙ୍କୁ ପ୍ରତିତ ହୋଇଥିଲା । ଏହାପରେ ଏହାକୁ ଅନଲାଇନ୍ ଓ ସୋସିଆଲ ମିଡ଼ିଆରେ ବିରୋଧ କର ଯାଇଥିଲା କାରଣ ଏହା ନାଜୀ ଶାସନ ଓ ହିଟଲରଙ୍କ ପ୍ରତୀକ ଥିଲା । ଗ୍ରାହକ ପ୍ରାୟ ଅନେକ ସମୟରେ ବିଷୟ ବସ୍ତୁରେ କିଛି ଭୁଲ୍ ଦେଖନ୍ତି, ତେଣୁ କମ୍ପାନୀ ଏହି ସମସ୍ୟା ସମାଧାନ କରିବାକୁ ଯାଇ ଏହାର ଲୋଗୋ କୁ ପରିବର୍ତ୍ତିତ କରିଛନ୍ତି ।


ତେବେ କହିରଖୁଛୁ ଏହା ପୂର୍ବରୁ “ମିନ୍ତ୍ରା” #Myntra ର ଲୋଗୋ ମଧ୍ୟ ନାରୀ ମାନଙ୍କ ଜନନେନ୍ଦ୍ରୀୟ ସୁଚଉଥିବ ଲୋଗୋ ପାଇଁ ପରିବର୍ତ୍ତିତ ହୋଇଥିଲା ।

Get real time updates directly on you device, subscribe now.