Amazon ଦେଲା ବଡ଼ ଝଟକା, ଏଣିକି ଅନଲାଇନରେ ଜିନିଷ ମଗାଇଲେ, ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ
ଆମାଜନରୁ ଅନଲାଇନ ସାମଗ୍ରୀ ମଗାଇଲେ ମହଙ୍ଗା ପଡିପାରେ, ଜାଣନ୍ତୁ
ନୂଆଦିଲ୍ଲୀ: ଇ-କମର୍ସ ୱେବସାଇଟ ଆମାଜନ ବର୍ତ୍ତମାନ ଆପଣଙ୍କଠାରୁ ପ୍ରତି ଅର୍ଡର ପିଛା ଚାର୍ଜ ମାଗିବ। କମ୍ପାନୀ ଅନଲାଇନ ସାମଗ୍ରୀ ମଗାଇବାରେ ମାର୍କେଟପ୍ଲେସ ଫିସ ଲଗାଇବାର ନିଷ୍ପତ୍ତି ନେଇଛି।
ଏହି ମାର୍କେଟପ୍ଲେସ ଚାର୍ଜ ନୂଆ ନୁହେଁ। ଇନଷ୍ଟାଣ୍ଟ ସାମଗ୍ରୀ ଏବଂ ଫୁଡ ଡେଲିଭରୀ କରୁଥିବା ପ୍ଲାଟଫର୍ମ ବ୍ଲାଙ୍କିଟ୍, ସ୍ୱିଗି ଆରମ୍ଭରୁ ପ୍ରତି ଅର୍ଡରରେ ପ୍ଲାଟଫର୍ମ ଚାର୍ଜ ନିଅନ୍ତି।
ମନି କଣ୍ଟ୍ରୋଲ ରିପୋର୍ଟ ମୁତାବକ, ଆମାଜନ ବର୍ତ୍ତମାନ ୟୁଜରଙ୍କ ଦ୍ୱାରା କରାଯାଉଥିବା ପ୍ରତି ଅର୍ଡରରେ ୫ ଟଙ୍କାର ମାର୍କେଟପ୍ଲେସ ଚାର୍ଜ ନେବ। କମ୍ପାନୀ କହିବାନୁଯାୟୀ, ଏହି ଚାର୍ଜ ତାଙ୍କ ଅନଲାଇନ ପ୍ଲାଟଫମକୁ ଚଲାଇବାରେ ସାହାଯ୍ୟ କରିବ।
ୟୁଜର୍ସଙ୍କୁ ଏହି ଚାର୍ଜ କୌଣସି ମଧ୍ୟ ପ୍ରାଇଭେଟ ମୂଲ୍ୟ ପରେ ଅଲଗା ଦେବାକୁ ପଡିବ। ୟୁଜର୍ସଙ୍କୁ ମିଳୁଥିବା ରିସିପ୍ଟିରେ ଏହି ଚାର୍ଜ ଭିନ୍ନ ଦେଖାଇବ। କମ୍ପାନୀ କିଛି ଚାର୍ଜରେ ଏହି ଚାର୍ଜ ଲଗାଇବ ନାହିଁ।
ଏହି ମୂଲ୍ୟ ଖୁବ ସ୍ୱଳ୍ପ, ହେଲେ ଇ-କମର୍ସ ପ୍ଲାଟଫର୍ମରେ ଲଗାତାର ଜିନିଷ ମଗାଉଥିବା ଲୋକଙ୍କ ପକେଟ ଉପରେ ଏହା ପ୍ରଭାବ ପକାଇପାରେ।