fbpx

ଏହି ଦିନ ଠାରୁ ୨୦୦୦ ଟଙ୍କା ନୋଟ ନେବେନି ଇ-କମର୍ସର ବଡ଼ କମ୍ପାନୀ! ଜାଣନ୍ତୁ ଜମା କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଇ-କମର୍ସର ବଡ଼ କମ୍ପାନୀମାନେ କ୍ୟାସ ଅନ ଡେଲିଭରୀ ସମୟରେ ୨୦୦୦ଟଙ୍କା ନୋଟ ନେବାକୁ ନେଇ ଅଦ୍ୟତନ ଜାରି କରିଛନ୍ତି । କମ୍ପାନୀ କହିଛି ଯେ, ୧୯ ସେପ୍ଟେମ୍ବରରୁ ସେମାନେ କ୍ୟାସ ଅନ ଡେଲିଭରୀରେ ୨୦୦୦ ଟଙ୍କା ନୋଟ ନେବେ ନାହିଁ । ଏହା ବଦଳରେ ୟୁପିଆଇ ପେମେଣ୍ଟ କରାଯାଇପାରିବ ।

ଏହି ଘୋଷଣା ଆମାଜନ ଡେଲିଭରୀ କମ୍ପାନୀ ତରଫରୁ କରାଯାଉଛି । ସେମାନେ ନିଜର ଏଫଏକ୍ୟୁରେ ଲେଖିଛନ୍ତି ଯେ, ୧୯ ସେପ୍ଟେମ୍ବର କ୍ୟାସ ଅନ ଡେଲିଭରୀରେ ୨୦୦୦ ଟଙ୍କା ନୋଟକୁ ସ୍ୱୀକାର କରିବା ବନ୍ଦ କରିବେ । ଆମାଜନ ବର୍ତ୍ତମାନ ୨୦୦୦ ଟଙ୍କା ନୋଟକୁ କ୍ୟାସ ଅନ ଡେଲିଭରୀରେ ଗ୍ରହଣ କରୁଛି । ଏହି ଡେଲିଭରୀରେ ୧୯ ସେପ୍ଟେମ୍ବର ପରେ ଏହି ନୋଟକୁ କମ୍ପାନୀ ଗ୍ରହଣ କରିପାରିବ ନାହିଁ । ଆଗକୁ କମ୍ପାନୀ କହିଛି ଯେ, ଯଦି ଥାର୍ଡ ପାର୍ଟୀ କୋରିୟର ପାର୍ଟନର ମାଧ୍ୟମରେ କୌଣସି ଜିନିଷର ଡେଲିଭରୀ ଆମାଜନରୁ କରାଯାଉଛି ତେବେ ୨୦୦୦ ଟଙ୍କା ନୋଟକୁ ନିଆଯାଇପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ ତାରିଖ ଦିନ ଘୋଷଣା କରିଥିଲା ଯେ, ୨୦୦୦ ଟଙ୍କିଆ ପ୍ରଚଳନ କରାଯିବ ନାହିଁ । ତେଣୁ ଏହାକୁ ବଦଳାଇବା ପାଇଁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ଏହି ସମୟ ମଧ୍ୟରେ ଲୋକେ ଯେକୌଣସି ବ୍ୟାଙ୍କକୁ ଯାଇ ୨୦୦୦ ଟଙ୍କା ନୋଟ ବଦଳାଇ ପାରିବେ ।

Get real time updates directly on you device, subscribe now.