fbpx
BSKY
BJD MC SKY
BJD MS SKY

ଭଦ୍ରକ ମେଡିକାଲରେ ମାଡ଼ିଗଲା ଆମ୍ବୁଲାନ୍ସ: ଜଣେ ମୃତ, ୮ ଗୁରୁତର

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଜି ଘଟିଯାଇଛି ଏକ ବଡ଼ ଅଘଟଣ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ । ହସ୍ପିଟାଲ ଡ୍ୟୁଟିରେ ଥିବା ବୋଲେରୋ ଷ୍ଟାର୍ଟ କରୁ କରୁ ମାଡ଼ିଯାଇଥିବା ଜଣାପଡିଛି ।

ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକେଟ୍ କାଟୁଥିବା ଲୋକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସ ଧକ୍କାରେ ଜଣେ ରୋଗୀ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ଏହା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ୮ ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି । ୩ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ କାମରେ ବୋଲେରୋଟି ନିୟୋଜିତ ଥିଲା ।

Get real time updates directly on you device, subscribe now.