fbpx

ସୋନିଆ ଓ ରାହୁଲ ଗାନ୍ଧୀଙ୍କ ପାଇଁ ବଢ଼ିଲା ସମସ୍ୟା: ଉଭୟଙ୍କୁ ନୋଟିସ୍ ଜାରି କଲା ED, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବଢ଼ିଛି ସମସ୍ୟା । ଉଭୟଙ୍କୁ ନୋଟିସ ଜାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଇଡି ନୋଟିସ ଜାରିଥିବା ଜଣାପଡିଛି । ସୋନିଆ ଓ ରାହୁଲଙ୍କୁ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୮ରେ ପଚରାଉଚରା ପାଇଁ ଡକାଯାଇଛି । ଏହି ମାମଲାରେ ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ‘ଆମେ ନଇଁବୁନି, ସାମ୍ନା କରିବୁ । ସୋନିଆ ଗାନ୍ଧୀ ଖୋଦ୍ ଇଡି କାର୍ଯ୍ୟାଳୟକୁ ଯାଇ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ।’

ତେବେ ଗାନ୍ଧୀ ପରିବାର ବିରୋଧରେ ଇଡିର ସମନକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସର ବଡ଼ ବଡ଼ ନେତାମାନେ ଆଗେଇ ଆସିଛନ୍ତି । କଂଗ୍ରେସ ଦର ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ, ‘ନ୍ୟାସନାଲ ହେରାଲ୍ଡ ମାମଲାରେ ଷଡ଼ଯନ୍ତ୍ର କରି ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଛି ଇଡି । କିନ୍ତୁ ଆମେ ଭୟଭୀତ ହେବୁନାହିଁ କି ନଇଁବୁନାହିଁ । ମୁଣ୍ଡ ଉଠାଇ ଲଢ଼ିବୁ ।

Get real time updates directly on you device, subscribe now.