fbpx

ଗତ ବର୍ଷ ତୁଳନାରେ ଅଧିକ ଭାରତୀୟ ଛାତ୍ର ଯିବେ ଆମେରିକା

ନୂଆଦିଲ୍ଲୀ: ଆପଣଙ୍କ ପିଲା ଆମେରିକାରେ ପଢିବାକୁ ଚାହୁଁଛନ୍ତି କି, ତେବେ ଆସିଲା ଖୁସି ଖବର । ହୁଏତ ଆପଣଙ୍କ ପିଲା ଯାଇପାରନ୍ତି ଆମେରିକା । କାରଣ ପୁଣି ଚଳିତ ବର୍ଷ ଆମେରିକା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ରେକର୍ଡ ସଂଖ୍ୟକ ଭିସା ଇସୁ କରିଛି । ଯଦିଓ ବାସ୍ତବ ସଂଖ୍ୟା ଜଣାନାହିଁ, ତେବେ ଏହା ୧.୪ ଲକ୍ଷରୁ ଅଧିକ ନିଶ୍ଚିତ, ଯାହା ଗତ ବର୍ଷର ଷ୍ଟୁଡେଣ୍ଟ ଭିସା ଥିଲା ଆମେରିକା ପାଇଁ । ଏହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ଢେର ଅଧିକ ।

ସୋମବାର ଦିନ ୟୁଏସ ଆମ୍ବାସୀ ପକ୍ଷରୁ କୁହାଯାଇଛି କି, ଆମେରିକା ଅଢେଇଲକ୍ଷ ଭିସା ଭାରତୀୟ ପର୍ଯ୍ୟଟକ, କୁଶଳୀ ଶ୍ରମିକ ଓ ଛାତ୍ରଙ୍କ ପାଇଁ ଜାରି କରିଛି । ଆଗକୁ ଆମ୍ବାସୀ ପକ୍ଷରୁ କୁହାଯାଇଛି କି, ଏହି ନୂଆ ସ୍ଲଟ ହଜାରହଜାର ଭାରତୀୟ ଚାକିରି ପାଇଁ ସାକ୍ଷାତକାର ଦେବାର ସୁଯୋଗ ପାଇପାରିବେ । ଲଗାତର ଦ୍ୱିତୀୟ ବର୍ଷ ପାଇଁ ଆମେରିକା ୧୦ ଲକ୍ଷ ନନ ଇମିଗ୍ରାଣ୍ଟ ଭିସା ଆପ୍ଲିକେସନକୁ ମଞ୍ଜୁରୀ ଦେଇଛି ।

୨୦୨୪ ଛାତ୍ର ଭିସା କାଳରେ, ଗତ ଗ୍ରୀଷ୍ମରେ ଆମେରିକା ଏକ ରେକର୍ଡ ନମ୍ବର ପାଇଁ କାମ ଆରମ୍ଭ କରିଦେଇଛି , ପ୍ରଥମ ଥର ପାଇଁ ଆବେଦନକାରିଥିବା ଛାତ୍ର ଦେଶବ୍ୟାପୀ ଥିବା ୫ଟି ସେଣ୍ଟରରେ ଭିସା ଆବେଦନ କରିପାରିବେ ବୋଲି ଆମେରିକା ରାଷ୍ଟ୍ରଦୂତଙ୍କ ତରଫରୁ କୁହାଯାଇଛି । ୟୁଏସ ରାଷ୍ଟ୍ରଦୂତ ଏରିକ ଗାରସେଟି କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପଚି ଜୋ ବାଇଡେନ ଉଭୟ ଦେଶ ମଧ୍ୟରେ ଭିସା ପ୍ରଦାନ ପ୍ରକ୍ରିୟାକୁ ବ୍ୟାପକ ଓ ଅଧିକ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରି ଏରିକ ନିଜକୁ ଗୌରବାନ୍ୱିତ ମନେକରୁଥିବା କହିଛନ୍ତି ।

ଏଠାରେ କହି ରଖୁଛୁ କି, ୨୦୨୩ରେ ଭାରତରେ ଥିବା ୟୁଏସ କନସୁଲାର ଟିମ ୧.୪ ଲକ୍ଷ ଷ୍ଟୁଡେଣ୍ଟ ଭିସା ଜାରି କରିଥିଲା, ଏହା ଭାରତ ସହ ତୃତୀୟ ବର୍ଷର ଅଭିଜ୍ଞତା ଥିଲା । ଏହା ଭାରତୀୟ ଛାତ୍ରଙ୍କ ପାଇଁ ଏକ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବାରେ ସହାୟକ ହେଉଛି ।

Get real time updates directly on you device, subscribe now.