fbpx

ଭାକସିନ୍ ପ୍ରସ୍ତୁତି ପାଇଁ ଭାରତକୁ କଞ୍ଚାମାଲ ରପ୍ତାନୀ ଉପରେ ଆମେରିକାର ରୋକ୍

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ଭାକସିନ୍ ତିଆରି ପାଇଁ କଞ୍ଚାମାଲ ଉପରେ ରୋକ୍ ଲଗାଇଛି ଆମେରିକା । ଭାରତରେ ତିଆରି ହେଉଥିବା କରୋନା ଭାକସିନ୍ ପାଇଁ ଆମେରିକା ପଠାଉଥିବା କଞ୍ଚାମାଲ ଉପରେ ରୋକ୍ ଲଗାଇଛି । ଗତକାଲି କଞ୍ଚାମାଲ ଉପରେ ଲାଗିଥିବା ରୋକ୍ କୁ ନେଇ ୨ ଥର ହ୍ୱାଇଟି ହାଉସୁକୁ ପ୍ରଶ୍ନ କରାଯିବାରୁ ସେ ଏହାର ଜବାବ୍ ଦେବାକୁ ମନା କରିଦେଇଛି ।

 

କରୋନା ପାଇଁ ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଞ୍ଚାମାଲ ରୋକ୍ ନେଇ ପ୍ରଶ୍ନ ହୋଇଥିଲା । ପରେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ଜୈକ ପାସ୍କିଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କଞ୍ଚାମାଲ ରୋକ୍ ସଂପର୍କିତ ପ୍ରଶ୍ନ ପଚରାଯାଇଥିଲା । ହେଲେ ହ୍ୱାଇଟ୍  ପକ୍ଷରୁ କୌଣସି ଜବାବ ଆସିନଥିଲା । ଅନ୍ୟପଟେ ସୀରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କଞ୍ଚାମାଲ ଉପରୁ ରୋକ୍ ହଟାଇବା ପାଇଁ ଆମେରିକାକୁ ଅନୁରୋଧ କରିଛି । ରୋକ୍ ହଟାଇଲେ ଭାକସିନ୍ ପ୍ରସ୍ତୁତିରେ ତିବ୍ରତା ଆସିବ ବୋଲି ସୀରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।

 

Get real time updates directly on you device, subscribe now.