fbpx

ୟୁକ୍ରେନକୁ ନେଇ ମୁହାଁମୁହିଁ ଆମେରିକା ଓ ଋଷ: ଆକ୍ରମଣ ସମ୍ଭାବନା ବଢିବା ପରେ ବାଇଡେନଙ୍କ ଚେତାବନୀ

ନୂଆଦିଲ୍ଳୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଋଷ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରସ୍ଥିତି । ୟୁକ୍ରେନକୁ ନେଇ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ମୁହାମୁହିଁ ପରସ୍ଥିତିରେ ପହଞ୍ଚିଛି ଋଷ । ୟୁକ୍ରେନ୍ ସୀମାରେ ଋଷ ପ୍ରାୟ ୧ ଲକ୍ଷ ସେନାଙ୍କୁ ନିଯୁକ୍ତ କରିଛି । ଏପରି ପରସ୍ଥିତିରେ ଯଦି ଋଷ କିଛି ପଦକ୍ଷେପ ନିଏ ତାହେଲେ ଏହା ଏକ ଭୟଙ୍କର ଯୁଦ୍ଧ ଆଡକୁ ମାନବ ସମାଜକୁ ନେଇଯିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ କଡା ଚେତାବନୀ ଦେଇଛନ୍ତି । ବାଇଡେନଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜୋ ସୁଲିଭାନ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସୁଲିଭାନ କହିଛନ୍ତି ଋଷ ଯଦି ୟୁକ୍ରେନକୁ ଆକ୍ରମଣ କରେ ତେବେ ମାନବ ସମାଜ ଏଥିପାଇଁ କ୍ଷତି ସହିବ । ବିଗତ ଦୁଇ ଦିନ ମଧ୍ୟରେ ସୁଲିଭାନଙ୍କ ଆମେରିକାକୁ ଏହା ଦ୍ୱିତୀୟ ଚେତାବନୀ । ପୂର୍ବରୁ ଚେତାବନୀ ପ୍ରଦାନ କରିବା ସହିତ ଆମେରିକା ନିଜର ସୁରକ୍ଷା ବଳକୁ ମଧ୍ୟ ୟୁକ୍ରେନ ପଠାଇଥିଲା । ଯଦି ଋଷ ଆକ୍ରମଣ କରେ ତେବେ ମାତ୍ର ୧-୨ ଦିନ ମଧ୍ୟରେ ହିଁ ଏହା ୟୁକ୍ରେନକୁ ନିଜ କବଜାକୁ ନେଇଯିବ । ତେବେ ଏହି ଯୁଦ୍ଧ ହେଲେ ୫୦ ହଜାର ୟୁକ୍ରେନୀୟ ନାଗରିକଙ୍କ ଜୀବନହାନି ଘଟିବ । ଏହା ସହିତ ଲକ୍ଷ ଲକ୍ଷ ଲୋକ ଆଶ୍ରୟହୀନ ହୋଇ ଘୁରି ବୁଲିବେ । ଆକ୍ରମଣ ସମ୍ଭାବନାକୁ ଋଷ ପକ୍ଷରୁ ଖଣ୍ଡନ କରାଯାଇଛି । ସାମରିକ ଅଭ୍ୟାସ ପାଇଁ ଋଷ ସେନା ମୁତୟନ କରିଛି । ତେବେ ୟୁକ୍ରେନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ଗୁଡିକ ଏହାକୁ ବିଶ୍ୱାସ କରୁନାହାନ୍ତି । ଆମେରିକା ପକ୍ଷରୁ ଅତିରିକ୍ତ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ପୂର୍ବରୁ ରେଜସୋରେ ଶନିବାର ୩୦୦୦ ସହକାରୀ ଟ୍ରୁପଙ୍କୁ ମୁତୟନ କରାଯାଇଥିଲା ।

Get real time updates directly on you device, subscribe now.