ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ଅମେରିକା ! ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ଏନେଇ ଦୁଇ ଦେଶ ପକ୍ଷରୁ ସେମାନଙ୍କ କୂଟନୀତିଜ୍ଞଙ୍କୁ ବହିଷ୍କାର କରିସାରିଛନ୍ତି । ଏଥିମଧ୍ୟରେ ଆମେରିକା ମଧ୍ୟ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ବୋଲି ସୂତ୍ରରୁ ପ୍ରକାଶ । ଅପରପକ୍ଷରେ ବୈଦେଶିକ ବିଭାଗ ଏଭଳି ଦାବିକୁ ଖଣ୍ଡନ କରିଛି । ବିଭାଗ ପକ୍ଷରୁ କୁହାଯାଇଛି କି ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ୱାଶିଂଟନ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ଉପରେ ବିଚାର କରୁଛି । ଅକ୍ଟୋବର ୨୯(ମଙ୍ଗଳବାର) ଅନୁଷ୍ଠିତ ଏକ ପ୍ରେସ କନଫେରେନ୍ସରେ ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି କି ତାଙ୍କ ପାଖରେ ଏଭଳି କୌଣସି ରିପୋର୍ଟ ବିଷୟରେ ସୂଚନା ନାହିଁ ।

ମାଥ୍ୟୁ ମିଲର କହିଛନ୍ତି, ‘ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିବା ରିପୋର୍ଟ ସହ ମୁଁ ଅବଗତ ନୁହେଁ । ମୋ ପାଖରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାରକୁ ନେଇ କୌଣସି ରିପୋର୍ଟ ଆସିନି ।’ ଭାରତ ଏହାର ଯାଞ୍ଚ ସ୍ଥିତି ବିଷୟରେ ଅଧିକାରୀଙ୍କୁ ସୂଚନା ଦେବା ପାଇଁ ୨ ସପ୍ତାହ ପୂର୍ବରୁ ଆମେରିକାରେ ଏକ ପ୍ରତିନିଧିମଣ୍ଡଳ ପଠାଯାଇଥିବା ନେଇ କହିଥିଲେ ମିଲର । ଏନେଇ ଆମେରିକା ଭାରତୀୟ କୂଟନୀତିଜ୍ଞଙ୍କୁ ସ୍ପଷ୍ଟ କରିବ । ଚଳିତ ମାସ ପ୍ରାରମ୍ଭରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାର ଯାଞ୍ଚକୁ ନେଇ କାନାଡୀୟ ସରକାରଙ୍କ ତରଫରୁ ଭାରତର କୂଟନୀତିଜ୍ଞଙ୍କୁ ‘ପର୍ସନ ଅଫ୍ ଇଣ୍ଟରେଷ୍ଟ’ ଘୋଷଣା କରାଯିବା ପରେ ଭାରତ କାନାଡାରୁ ଏହା ୬ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା ।