fbpx

ପୁଟିନ ସେନାଙ୍କ ଗୁଳିରେ ପ୍ରାଣ ହରାଇଲେ ଆମେରିକୀୟ ପତ୍ରକାର: ଅନ୍ୟ ଜଣେ ଆହତ

Advertisement

ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ଯୁଦ୍ଧରେ ପ୍ରଥମ ଥର କେହି ଆମେରିକୀୟଙ୍କ ମୃତ୍ୟୁ ହୋଇଛି । ଋଷ ସୈନି ଆମେରିକୀୟ ପତ୍ରକାର ବ୍ରେଣ୍ଟ ରେନଡଙ୍କ କାର୍ ଉପରକୁ ଗୁଳି ବର୍ଷା କରିଥିଲେ  । କାରରେ ଥବା ବ୍ରେଣ୍ଟଙ୍କ ମୃତ୍ୟୁ ହୋଇଥିବାବେଳେ ସାଥୀ ପତ୍ରକାର ଆହତ ହୋଇଛନ୍ତି ।

୫୧ ବର୍ଷୀୟ ବେଣ୍ଟ ରେନାଡ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବରେ କାମ କରୁଥିଲେ ଏବଂ ସେ ଆମେରିକାର ପ୍ରସିଦ୍ଧ ସମ୍ବାଦପତ୍ର ‘ଦ ନ୍ୟୁୟର୍କ ଟାଇମ୍ସ’ ପାଇଁ କାମ କରୁଥିଲେ । କିଭର ପୋଲିସ ମୁଖ୍ୟ ଆଣ୍ଡ୍ରେ ନେବିତୋଭ ଏହି ଘଟଣାର ସୂଚନା ଦେଇଛନ୍ତି । ସେ ଏହାକୁ ନିଷ୍ଠୁରତା ଏବଂ ବର୍ବରତା ବୋଲି କହିଛନ୍ତି ।

ଡେଲି ମେଲ ର ଏକ ରିପୋର୍ଟ ଅନୁଯାୟୀ ବ୍ରେଣ୍ଟ ଏବଂ ତାଙ୍କ ସାଥୀ କାରରେ ଣରଣାର୍ଥୀଙ୍କ ପାଖକୁ କ୍ୟାମ୍ପକୁ ଯାଉଥିଲେ । ଏହି ସମୟରେ ଏକ ଚେକ ପଏଣ୍ଟରେ ତାଙ୍କ ଗାଡ଼ି ପାର କରିଥିଲେ ଆଉ ଏହି ସମୟରେ ଋଷ ସୈନ୍ୟ ମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଆଉ ଏହି ସମୟରେ ଗୁଳି ବ୍ରେଣ୍ଟଙ୍କ ବେକରେ ବାଜିଥିଲା ଆଉ ସେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏବଂ ଅନ୍ୟ ଜଣେ ପତ୍ରକାର ଜୁଆନ ଆହତ ହୋଇଛନ୍ତି । ଏହାପରେ ଜୁଆନ ଏବଂ ଡ୍ରାଇଭର ଘଟଣା ସ୍ଥଳରେ ଆହତ ଅବସ୍ଥାରେ ପଳାଇ ଯିବାରେ ସକ୍ଷମ ହୋଇଥିଲେ ଏବଂ ହସ୍ପିଟାଲରେ ପହଞ୍ଚିଥିଲେ ।

ସମ୍ବାଦପତ୍ର ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ ବ୍ରେଣ୍ଟ ତାଙ୍କ ସହ ଅନେକ ସମୟରୁ କାମ କରିଆସୁଛନ୍ତି । ସେ ଜଣେ ପ୍ରତିଭାବାନ ଫିଲ୍ମମେକର ଥିଲେ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧରେ ତାଙ୍କୁ ସମ୍ବାଦପତ୍ର ତରଫରୁ ତାଙ୍କୁ ସେଠାକୁ ଯିବାକୁ ପଠାଯାଇନଥିଲା ।

ସେପଟେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲୀବେନ ଏହି ଘଟଣାକୁ ଆଶ୍ଚର୍ଯ୍ୟକର କହିବା ସହ ଭୟାବହ ଘଟଣା ବୋଲି କହିଛନ୍ତି । ସେ କହିଛନ୍ତି ଏହା ଭ୍ଲାଦିମିର ପୁଟିନଙ୍କ ବର୍ବରତାର ଉଦାହରଣ । ପୁଟିନଙ୍କ ସୈନିକ ହସ୍ପିଟାଲ, ସ୍କୁଲ, ମସଜିଦ୍ କାହରିକୁ ବି ଛାଡ଼ୁନାହଁନ୍ତି । ଏବେ ସେ ଆମେରିକୀୟ ପତ୍ରକାରଙ୍କୁ ହତ୍ୟା କରିଛନ୍ତି ।

Get real time updates directly on you device, subscribe now.