fbpx

ଜୟପୁରରେ ଚିହ୍ନଟ ହେଲା ଆମେରିକୀୟ ଭାରିଆଣ୍ଟ ଓମିକ୍ରନ୍ XBB.1.5: ଆଲର୍ଟ ମୋଡରେ ସ୍ୱାସ୍ଥ୍ୟ ବିଭାଗ

ଜୟପୁର: ରାଜସ୍ଥାନରେ ଏବେ କରୋନାର ନୂଆ ଭାରିଆଣ୍ଟ ଏଣ୍ଟ୍ରି ମାରିଛି । ରାଜଧାନୀ ଜୟପୁରର ଜଣେ ଯୁବକଙ୍କଠାରେ ଏକ ନୂଆ ଭାରିଆଣ୍ଟ ମିଳିଛି । ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଯୁବକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଜୟପୁରର ଏକ ୨୧ ବର୍ଷ ବୟସ୍କ ଯୁବକଙ୍କଠାରେ ଆମେରିକୀୟ ଭାରିଆଣ୍ଟ ମିଳିଛି । ଯୁବକଙ୍କ ନମୁନାର ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ନୂଆ ଭାରିଆଣ୍ଟ XBB.1.5 ଚିହ୍ନଟ ହୋଇଛି । ସେବେଠାରୁ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ମୋଡକୁ ଆସିଛି । କରୋନା ଚିକିତ୍ସା ସହିତ ଜଡିତ ସମସ୍ତ ଦିଗ ଉପରେ ନଜର ରଖାଯାଉଛି ।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ୧୯ ଡିସେମ୍ବରରେ ୨୧ ବର୍ଷ ଜଣେ ଯୁବକ ଆମେରିକାରୁ ଜୟପୁରକୁ ଆସିଥିଲେ । ଡିସେମ୍ବର ୨୨ ରେ ଯେତେବେଳେ ଯୁବକଙ୍କର ଜ୍ୱର ହୋଇଥିଲା, ସେତେବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ୨୩ ଡିସେମ୍ବରରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପେ, ଯୁବକଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂରେ ପରୀକ୍ଷା କରାଯାଇଥିଲା । ବୁଧବାର ଯୁବକଙ୍କ ରିପୋର୍ଟରେ କରୋନାର ଏକ ନୂଆ ଭାରିଆଣ୍ଟ ମିଳିଛି । ଏକ ନୂଆ ଭାରିଆଣ୍ଟ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି ।

ତେବେ ବର୍ତ୍ତମାନ ଯୁବକଙ୍କ ଅବସ୍ଥା ଭଲ ଥିବା କୁହାଯାଉଛି । କିନ୍ତୁ ଯୁବକଙ୍କ ଜିନୋମ ସିକ୍ୱେନ୍ସିଂର ରିପୋର୍ଟ ଆସିବା ପରେ ବୁଧବାର ଦିନ ସିଏମଏଚଓ ଜୟପୁରର ଟିମ୍ ଯୁବକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରିବା ସହିତ ପରିବାର ସଦସ୍ୟଙ୍କୁ ସ୍କ୍ରିନିଂ କରିବା ଆରମ୍ଭ କରିଛି । ଜୟପୁର ସିଏମଏଚଓ ଡାକ୍ତର ବିଜୟ ସିଂ କହିଛନ୍ତି ଯେ, ରୋଗୀର ପରିବାର ସଦସ୍ୟଙ୍କୁ ସ୍କ୍ରିନିଂ କରାଯାଉଛି । ସମସ୍ତଙ୍କ କରୋନା ଟେଷ୍ଟିଂ ସହିତ ନମୁନାର ଜିନୋମ ସିକ୍ୱେନ୍ସିଂ ମଧ୍ୟ କରାଯିବ ।

Get real time updates directly on you device, subscribe now.