ଅମିତ ଶାହ ପୋଲିସଙ୍କୁ ଦେଲେ ‘ପ୍ରେସିଡେଣ୍ଟ କଲର’, କହିଲେ- ୨୦୨୬ ମଧ୍ୟରେ ନକ୍ସଲ ମୁକ୍ତ ହେବ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହ ଆଜି ନିଜ ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଛତିଶଗଡ଼ ପୋଲିସଙ୍କୁ ‘ପ୍ରେସିଡେଣ୍ଟ କଲର’ ପ୍ରଦାନ କରିଛନ୍ତି । ଏହି ଅବସରରେ ଛଡିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ ।

ନିଜ ସମ୍ବୋଧନରେ ଅମିତ ଶାହ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ପ୍ରତୀକ ମିଳିବା ଯେକୌଣସି ସଶସ୍ତ୍ର ବାହିନୀ ପାଇଁ ଅନେକ ଗର୍ବର ବିଷୟ ଏବଂ ନିଜ ସ୍ଥାପନାର ୨୫ ବର୍ଷର ଉପଲବ୍ଧିରେ ପୋଲିସ ରାଷ୍ଟ୍ରପତିଙ୍କ ବିଶ୍ୱାସ ଜିତି ଏହି ସମ୍ମାନକୁ ପ୍ରାପ୍ତ କରିଛି । ସେ କହିଛନ୍ତି ଯେ, ଛତିଶଗଡ଼ ପୋଲିସ ନିଜର ସାହସ ଏବଂ ଶକ୍ତି ସହ ଦେଶର ସର୍ବଶ୍ରେଷ୍ଠ ପୋଲିସ ଫୋର୍ସଙ୍କ ମଧ୍ୟରୁ ଅନ୍ୟତମ ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଦଶନ୍ଧି ଧରି ଚାଲିଆସୁଥିବା ଛଡିଶଗଡ଼ ଗଠନର ଦାବିକୁ ଅଟଳ ବିହାରୀ ବାଜପେୟୀ ପୂରଣ କରିଥିଲେ । ଗୃହ ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ଛତିଶଗଡ଼କୁ ନକ୍ସଲବାଦରୁ ସଂପୂର୍ଣ୍ଣ ଭାବେ ମୁକ୍ତ କରାଯିବ ।

ସେ କହିଛନ୍ତି ଯେ, ମୋଦୀ ସରକାର ଛତିଶଗଡ ତଥା ଦେଶର ଅନ୍ୟ ରାଜ୍ୟମାନଙ୍କୁ ନକ୍ସଲବାଦରୁ ମୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ, ଛତିଶଗଡ ପୋଲିସ ଏହି ସଂକଳ୍ପ ହାସଲ ପାଇଁ ସାହସର ସହିତ ଆଗକୁ ବଢୁଛି ଏବଂ ଗତ ଏକ ବର୍ଷ ମଧ୍ୟରେ ନକ୍ସଲବାଦ ବିରୋଧରେ ଲଢେଇରେ ଅନେକ ସଫଳତା ହାସଲ କରିଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନକ୍ସଲବାଦ ବିରୋଧରେ ଲଢେଇରେ ସୁରକ୍ଷା ବାହିନୀ ୨୮୭ ନକ୍ସଲଙ୍କୁ Neutralize କରିଛନ୍ତି, ୧୦୦୦ ଏବଂ ୮୩୭ ନକ୍ସଲଙ୍କୁ ଆତ୍ମସମର୍ପଣ କରାଇଛନ୍ତି।