ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ- ବିଷାକ୍ତ ଯମୁନା..
ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ ଫେବୃଆରୀ ୫ ତାରିଖରେ ମତଦାନ ହୋଇଥିଲା । ଏଥର ନିର୍ବାଚନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଥିଲା । ଏଥିରୁ ବିଜେପି ୪୭ଟି ସିଟ୍ ଜିତିଥିବା ବେଳେ ୨୩ଟି ସିଟ୍ ଆପ୍ କୁ ମିଳିଛି ।
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ପରିମାଣରେ ବିଜୟ ହାସଲ କରିଛି । ଫଳାଫଳ ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିଜର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି ।
ସେ କହିଛନ୍ତି ଯେ, ଜନତା ବିଷାକ୍ତ ଯମୁନା ଏବଂ ପ୍ରତ୍ୟେକ ଗଳିରେ ଠିପି ଖୋଲା ମଦର ଜବାବ ଦେଇଛନ୍ତି । ଶାହ କହିଛନ୍ତି ଯେ, ମିଥ୍ୟା, ଧୋକା ଏବଂ ଦୁର୍ନୀତିକୁ ମୁକ୍ତ କରିବା ଲାଗି ଜନତା ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।
ଅମିତ ଶାହ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଦିଲ୍ଲୀର ହୃଦୟରେ ପିଏମ ମୋଦୀ । ଦିଲ୍ଲୀ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଲୋକଙ୍କୁ ଉଚିତ ଜବାବ ଦେଇଛନ୍ତି । ଏହା ଦିଲ୍ଲୀର ବିକାଶ ଏବଂ ବିଶ୍ୱାସର ଏକ ନୂଆ ଯୁଗର ଆରମ୍ଭ ।
ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ମିଳିଥିବା ଏହି ଭବ୍ୟ ବିଜୟ ପାଇଁ ଦିନ-ରାତି ଏକାଠି କରି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେୱାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।
ଅମିତ ଶାହ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ହେଉ କି, ଅନଧିକୃତ କଲୋନୀ ବାସିନ୍ଦାଙ୍କ ପାଇଁ ଆତ୍ମ ସମ୍ମାନ ହେଉ କିମ୍ବା ଆତ୍ମନିଯୁକ୍ତି ପାଇଁ ଅପାର ସମ୍ଭାବନାଗୁଡ଼ିକ, ମୋଦୀ ଜୀଙ୍କ ନତୃତ୍ୱରେ ଦିଲ୍ଲୀ ବର୍ତ୍ତମାନ ଏକ ଆଦର୍ଶ ରାଜଧାନୀ ହେବ ।