fbpx

ବସ୍ତି ପିଲାଙ୍କୁ ଷ୍ଟାର ଫୁଟବଲର ବନେଇବେ ଅମିତାଭ ବଚ୍ଚନ: ଦେଖନ୍ତୁ ଝୁଣ୍ଡର Trailer

ମୁମ୍ବାଇ: ରିଲିଜ ହୋଇ ଯାଇଛି ଅମିତାଭ ବଚ୍ଚନଙ୍କ ବହୁପ୍ରତୀକ୍ଷିତ ସ୍ପୋର୍ଟସ ଡ୍ରାମା ଝୁଣ୍ଡର ଟ୍ରେଲର । ନାଗରାଜ ପୋପଟ ରାଓ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିଲେ । ଏହି ଫିଲ୍ମରେ ବସ୍ତି ପିଲାଙ୍କୁ କିଭଳି ଷ୍ଟାର ଫୁଟବଲର ବନାଉଛନ୍ତି ତାହା ଦେଖିବାକୁ ମିଳିଛି । ଏହା ସହିତ ବ୍ଲକବଷ୍ଟର ମରାଠୀ ଫିଲ୍ମ ସାଇରାଟ ଯୋଡି ରିଙ୍କୁ ରାଜଗୁରୁ ଓ ଆକାଶ ଥୋସାର ଏହି ଫିଲ୍ମରେ ନଜର ଆସିବେ ।

କିଭଳି ବସ୍ତିର ପିଲାମାନଙ୍କୁ ନେଇ ସେମାନଙ୍କୁ ଶୃଙ୍ଖଳା ଶିଖାଇ ଭଲ ଖେଳାଳିରେ ପରିଣତ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଏହି ଫିଲ୍ମ ଇମୋସନାଲ ସିନରେ ଭର୍ତ୍ତି ଥିବା ବେଳେ ସ୍ପୋର୍ଟସକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ନାଗରାଜ ପୋପଟ ରାଓ ମଞ୍ଜୁଲେ । ଏହି ଫିଲ୍ମର ଟ୍ରେଲରକୁ ଅମିତାଭ ବଚ୍ଚନ ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତିି । ଏହା ସହିତ ଲେଖିଛନ୍ତି ‘ସିଂହଙ୍କ ଦଳ ଆସୁଛି, ଗୋଲି ହେଉ ବା ଷ୍ଟ୍ରାଇକର ସମସ୍ତେ ଜମେଇକି ଖେଳିବେ । ଆସନ୍ତା ୪ ମାର୍ଚ୍ଚ ୨୦୨୨ରେ ଏହି ଫିଲ୍ମଟି ଥିଏଟରରେ ରିଲିଜ୍ ହେବ ।

Get real time updates directly on you device, subscribe now.