fbpx

ଦେଶରେ ବଢ଼ିଚାଲିଛି ବାୟୋମେଡିକାଲ୍ ଆବର୍ଜନାର ମାତ୍ରା, ଭବିଷ୍ୟତରେ ଆଣିପାରେ ବଡ ବିପତ୍ତି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ମହାମାରୀର ବାତାବରଣ ଜାରି ରହିଥିବା ବେଳେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ହେଲେ ପଛକୁ ପଛ ଆଉ ଏକ ବିପଦ ଆସି ଛିଡା ହୋଇସାରିଲାଣି । ଆଜି ସାରା ଦେଶ ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଦେଶରେ ପରିବେଶ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି । କୋଭିଡ୍ ଯୋଗୁଁ ବିଭିନ୍ନ ମେଡିକାଲ୍ ଏବଂ ହସ୍ପିଟାଲ ମାନଙ୍କରେ ଆବର୍ଜନା ବଢ଼ିବାରେ ଲାଗିଛି । ତେଣୁ ଏହିସବୁ ନିଷ୍କାସନ ଦ୍ୱାରା ପରିବେଶକୁ ହାନି ପହଞ୍ଚିବାର ଆଶଙ୍କା ଦେଖାଦେଲାଣି । ତେବେ ଆଜି ଏ ଦିଗରେ ସୂଚନା ଦେବାକୁ ଯାଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ରିପୋର୍ଟ ଏବେ ପ୍ରକାଶ ପାଇଛି । ଯେଉଁଥିରେ ଆଶ୍ଚର୍ଯ୍ୟ କଲା ପରି ତଥ୍ୟ ଦିଆଯାଇଛି । ଦେଶରେ ପ୍ରତିଦିନ ୧୪୬ ଟନ୍ ର ବାୟୋମେଡିକାଲ୍ ୱେଷ୍ଟ ବାହାରୁଛି । ଏହାଫଳରେ ଇନଫେକ୍ସନ୍ ର ଆଶଙ୍କା ବଢ଼ୁଥିବା ବେଳେ ପରିବେଶ ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ପଡୁଛି । ସେହିପରି ଏକ ବର୍ଷ ମଧ୍ୟରେ ୪୫ ହଜାର ଟନ୍ ଆବର୍ଜନା ନିର୍ଗତ ହୋଇଛି ।

ବାୟୋ ମେଡିକାଲ୍ ୱେଷ୍ଟ ମଧ୍ୟରେ ପିପିଇ କିଟ୍, ମାସ୍କ, ଗ୍ଲୋବସ୍, ପାଥୋଲଜିକାଲ୍ ଆବର୍ଜନା, ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍, ବ୍ଲଡ୍ ବ୍ୟାଗ୍, ୟୁରିନ୍ ବ୍ୟାଗ୍ସ, ଡାୟାଲିସିସ୍ କିଯ୍, କେମିକାଲ୍ ଆବର୍ଜନା ଭଳି ଜିନିଷ ରହିଛି । ଏହି ସବୁର ନିଷ୍କାସନ ପରିବେଶ ଉପରେ ଖୁବ୍ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, କେନ୍ଦ୍ରୀୟ ପ୍ରଦୁଷଣ କଣ୍ଟ୍ରୋଲ୍ ବୋର୍ଡ ପକ୍ଷରୁ କୋଭିଡ୍ ଆବର୍ଜନା ନିଷ୍କାସନ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି । ବୋର୍ଡ ପକ୍ଷରୁ କରୋନା ରୋଗୀଙ୍କ ଠାରୁ ବାହାରୁଥିବା ଆବର୍ଜନାକୁ ଗାଇଡଲାଇନ୍ ଆଧାରରେ ଡିସପୋଜ୍ କରାଯିବ । ଏନେଇ ଭାରତରେ ୧୯୮ କମନ୍ ବାୟୋମେଡିକାଲ୍ ୱେଷ୍ଟ ଡିସପୋଜ୍ କରିବା ପାଇଁ ପ୍ଲାଣ୍ଟ ସ୍ଥାପନ କରଯାଇଛି ।

 

Get real time updates directly on you device, subscribe now.