fbpx

ଖାରଜ ହେଲା ଜାମିନ,ଜେଲରେ ରହିବେ ମନ୍ତ୍ରୀଙ୍କ ପୁତୁରା

ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଭିକିଙ୍କୁ ମିଳିଲା ନାହିଁ ଜାମିନ । ଅଭିଯୁକ୍ତ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜାମିନ ଖାରଜ । ଖାରଜ କଲେ ଜେଏମଏଫସି ରୁରାଲ କୋର୍ଟ । ରାସ୍ତା ରେ ଆଣ୍ଠେଇ ମାଡ ମାରିବା ଅଭିଯୋଗରେ ତାଙ୍କୁ ଜେଲ ନିଆଯାଇଥିଲା । ଏହାପରେ ସେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନକୁ ଖାରଜ କରିଦିଆଯାଇଛି । ବର୍ତ୍ତମାନ ଜେଲ ରେ ରହିବେ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ଭିକି ।

ସୂଚନାମୁତାବକ କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ ମାରିବା ଓ ପରେ ସ୍ଥାନୀୟ ଲୋକଙ୍କୁ ମାଡ ମାରିବା ଘଟଣାରେ ଅମରେନ୍ଦ୍ର ଗିରଫ ହୋଇଥିଲେ । ଏହି ମାମଲାରେ କଟକ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ବିଳମ୍ବିତ ରାତିରେ ଶାସକ ଦଳର ଏହି ନେତାଙ୍କୁ ପୁଲିସ ଗିରଫ କରିଥିଲା ।ବିଜେଡି ଯୁବ ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ ହେଉଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ।

ସୂଚନା ଅନୁସାରେ ଯୁବକଙ୍କ ବେକରେ ଗାମୁଛା ପକାଇ କିଛି ଯୁବକ ମାଡ ମାରୁଥିଲେ । ଶାସକ ଦଳର ଏହି ନେତା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ପରସ୍ପର ମଧ୍ୟରେ ବିବାଦ ଥିଲା ତେଣୁ ସଂପୃକ୍ତ ଯୁବକଙ୍କ ସହ ବସଉଠ କରିବା ସହ ମାଡମାରୁଥିଲେ । ଯୁବକଙ୍କୁ ମାଡ ମାରିବା ସହ ଅମରେନ୍ଦ୍ର ଗାଳି ଗୁଲଜ କରୁଥିଲେ ବୋଲି ଅଭିଯୋଗ ରହିଛି । ଏହି ଘଟଣା ପରେ ନିର୍ମଳ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ବିଳମ୍ବିତ ରାତିରେ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଗିରଫ କରିଥିଲା

Get real time updates directly on you device, subscribe now.