ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଓ’ ର୍ୟାଲିର ଆୟୋଜନ ହେଉଛି । ଲୋକସଭା ନିର୍ବାଚନ ପୂର୍ବରୁ ହେଉଥିବା ଏହି ମହାର୍ୟାଲି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି । ତେବେ ରାମଲୀଳା ମଇଦାନରେ ଏହି ମହାର୍ୟାଲି ପୂର୍ବରୁ ସେଠାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ର୍ୟାଲି ସ୍ଥଳୀରେ ଏକ ଲୁହା ଖୁଣ୍ଟ ଖସି ପଡି ଜଣେ କର୍ମୀ ଗୁରୁତର ହୋଇଥିବା ଜଣାପଡିଛି ।
ଏହି ମହାର୍ୟାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପୃଷ୍ଠଭୂମିରେ ଆୟୋଜନ କରାଯାଉଛି । ରବିବାର ସକାଳ ୧୦ଟା ଆରମ୍ଭ ହୋଇଥିବା ଏହି ର୍ୟାଲିରେ ଆପ୍, କଂଗ୍ରେସ, ଟିଏମସି, ଏନସିପି, ଏସପି ସହିତ ମୋଟ ୨୮ ରାଜନୈତିକ ଦଳର ବରିଷ୍ଠ ନେତା ଭାଗ ନେଇଛନ୍ତି । ସୁନୀତା କେଜ୍ରିୱାଲ ଏହି ର୍ୟାଲିରେ ଅରବିନ୍ଦ କେଜ୍ରିୱାଲଙ୍କ ବାର୍ତ୍ତା ପଢିବେ । ର୍ୟାଲିରେ ସାମିଲ ହେବାକୁ କିଛି ଦଳର ନେତା ଶନିବାର ଠାରୁ ଦିଲ୍ଲୀରେ ପହଞ୍ଚି ସାରିଥିଲେ । ବିରୋଧୀଙ୍କ ଏହି ମହାର୍ୟାଲିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ଓ କଂଗ୍ରେସ ବ୍ୟାଙ୍କ ଖାତା ସିଜ୍ କରାଯିବା ପରି ପ୍ରସଙ୍ଗକୁ ବିରୋଧୀ ଉଠାଇବେ ।