fbpx

ପୁଣି ନୂଆ କରୋନା ପଜିଟିଭ୍ ଚିହ୍ନଟ: ରାଜଧାନୀର ଏହି ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରୁ ପୁଣି ପଜିଟିଭ୍ ଚିହ୍ନଟ ହୋଇଛି । ପଟିଆର ଆଲେନ୍ ଇନଷ୍ଟଚ୍ୟୁଟରୁ ୨୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଇନଷ୍ଟିଚ୍ୟୁଟକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଇନଷ୍ଟିଚ୍ୟୁଟ ନ ଖୋଲିବାକୁ ବିଏମସି ପକ୍ଷରୁ କୁହାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ପ୍ରବେଶ ଅନୁମତି ମିଳିବ । ଆଲେନ କୋଚିଂ ଇନଷ୍ଟିଚ୍ୟୁଟର ହଷ୍ଟେଲ ଓ ମେସକୁ ପ୍ରବେଶ ବାରଣ କରାଯାଇଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ ଓ କଟକର ଏକ ଏକ ସଂସ୍ଥାରୁ ଅନେକ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.