fbpx

Suresh Rainaଙ୍କ ଅବିଶ୍ୱସନୀୟ କ୍ୟାଚ: କମାଲ ଦେଖି ସଚିନ ବି କଲେ ପ୍ରଶଂସା

ନୂଆଦିଲ୍ଲୀ: ନିକଟରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ପ୍ଲେୟର ସୁରେଶ ରାଇନା । ଏହାପରେ ରୋଡ ସେଫ୍ଟି ସିରିଜରେ ସେ ସଚିନ ତେନ୍ଦୁଲକରଙ୍କ ଦଳ ତରଫରୁ ଖେଳୁଛନ୍ତି । ଏହି ସିରିଜରେ ଅଷ୍ଟ୍ରେଲିଆ ଲିଜେଣ୍ଡସ ବିପକ୍ଷ ସେମି ଫାଇନାଲରେ ସେ ନିଜ କମାଲ ଦେଖାଇଛନ୍ତି । ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେବା ପୂର୍ବରୁ ଫିଲ୍ଡରେ ପୁରୁଣା ଅନ୍ଦାଜରେ ରାଇନାଙ୍କୁ ଦେକିବାକୁ ମିଳିଥିଲା । ଏହି ସମୟରେ ସେ ଏକ ଅବିଶ୍ୱସନୀୟ କ୍ୟାଚ ନେଇଛନ୍ତି । ଯାହାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ପ୍ରଶଂସା କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଫିଲ୍ଡିଂର ଜଲୱା ଦେଖାଇଛନ୍ତି ସୁରେଶ ରାଇନା । ଇନିଂସର ୧୬ତମ ଓଭର ବୋଲିଂ କରିଥିଲେ ଅଭିମନ୍ୟୁ ମିଥୁନ । ତାଙ୍କର ଏକ ଫୁଲଟସ ବଲକୁ ବେନ ଡଙ୍କ୍ ପଏଣ୍ଟ ଅଞ୍ଚଳକୁ ଖେଳି ଦେଇଥିଲେ । କିନ୍ତୁ ପଏଣ୍ଟ ଅଞ୍ଚଳରେ ଫିଲ୍ଡିଂ କରୁଥିଲେ ସୁରେଶ ରାଇନା । ବଲ ତାଙ୍କଠୁ ଦୂରରେ ରହିଥିଲେ ବି ସେ ନିଜ ବାମ ପାଶ୍ୱର୍କୁ ଡେଇଁ ବଲଟିକୁ କ୍ୟାଚ କରି ନେଇଛନ୍ତି । ଦେଖିବା ପାଇଁ କ୍ୟାଚଟି ସହଜ ଲାଗୁଥିଲେ ବି ଏହା ଏତେ ସହଜ ନଥିଲା । ତଥାପି ରାଇନା ଏହାକୁ କରି ଦେଖାଇଛନ୍ତି । କ୍ୟାଚ ନେବା ପରେ ଏହାକୁ ଜବରଦସ୍ତ ଷ୍ଟାଇଳରେ ସେଲିବ୍ରେଟ କରିଛନ୍ତି ସୁରେଶ ରାଇନା ଏବଂ ଟିମ ।

ବିଶେଷ କରି ୱିକେଟ ପରେ ସଚିନ ତେନ୍ଦୁଲକର ମଧ୍ୟ ତାଙ୍କୁ ପ୍ରଶଂସା କରି ସେଲିବ୍ରେଟ କରିଛନ୍ତି । ବ୍ୟାଟରେ ବିଶେଷ କମାଲ କରି ପାରି ନଥିଲେ ବି ତାଙ୍କର ଏହି ଫିଲ୍ଡିଂର ଜଲୱା ସମସ୍ତଙ୍କୁ ଚକିତ କରି ଦେଇଛି । ତେବେ ମ୍ୟାଚର ରେଜଲ୍ଟ ବାହାରିବା ପୂର୍ବରୁ ବର୍ଷା ଯୋଗୁଁ ଏହାକୁ ବାତିଲ କରାଯାଇଛି । କିନ୍ତୁ ଆଜି ଏହାର ଅବଶିଷ୍ଟାଂଶ ମ୍ୟାଚ ୩.୩୦ରେ ଖେଳାଯିବ ।

Get real time updates directly on you device, subscribe now.