fbpx
BSKY
BJD SHG SKY
BJD YOUTH SKY

ଅକ୍ଟୋବର ୧ ରୁ LPG ଆଉ CNG ଦରରେ ହେଇପାରେ ବଡ ଧରଣର ପରିବର୍ତ୍ତନ ,ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିପାରେ

ନୂଆଦିଲ୍ଲୀ: ପୁଣି ଥରେ ବଢିବ ଗ୍ୟାସ ସିଲିଣ୍ଡରର ମୂଲ୍ୟ । ଏହି କିଛି ମାସ ହେବ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବାରମ୍ବାର ପରିବର୍ତ୍ତନ ହୋଇଚାଲିଛି । ତେବେ ସେପ୍ଟେମ୍ବର ମାସ ସରିବାକୁ ଆଉ ମାତ୍ର ୨ ଦିନ ରହିଲା । ଆସନ୍ତା ମାସ ଅକ୍ଟୋବର ରେ ପୁଣି ଥରେ ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କରାଯିବା ନେଇ ଆଶଙ୍କା କର।ଯାଉଛି । ଏହାର କାରଣ ହେଉଛି ଯେ , ୧ ଅକ୍ଟୋବରରୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ବଢି ବାର ସୂଚନା ମିଳିଛି । ସେ ହିସାବରେ ଗ୍ୟାସ ସିଲିଣ୍ଡରର ଦାମ୍ ପୁଣି ଥରେ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାମୁତାବକ, ଓଏନଜିସି ଦ୍ୱାରା ତୈଳ କ୍ଷେତ୍ରରୁ ଗ୍ୟାସ ଉତ୍ପାଦନର ମୂଲ୍ୟ ୬.୧ ଡଲାରରୁ ବ୍ରିଟିଶ ଥରର୍ମାଲ ୟୁନିଟି ପ୍ରତି ୯.୧ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସେଭଳି ଅନ୍ୟ ଘରୋଇ ଗ୍ୟାସ ଉତ୍ପାଦନକାରୀ କମ୍ପାନୀଗୁଡିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଖବରଅନୁାୟୀ, ପ୍ରତି ୬ ମାସରେ ଥରେ ସରକାର ଗ୍ୟାସ ଦର ସ୍ଥିର କରିଥାନ୍ତି । ସରକାରଙ୍କ ଦ୍ୱାରା ଥରେ ୧ ଏପ୍ରିଲ ଏବଂ ଆଉ ଥରେ ୧ଅକ୍ଟୋବର ଗ୍ୟାସ ଦରର ନିର୍ଣ୍ଣୟ କର।ଯାଇଥିଲା । ଗ୍ୟାସର ମୂଲ୍ୟ ଅବଶିଷ୍ଟ ଦେଶର ପ୍ରଚଳିତ ମୂଲ୍ୟକୁ ନଜରରେ ରଖି ନିଧାରଣ କର।ଯାଏ । ସେହି ଦେଶକଗୁଡିକର ଏକ ଚତୁର୍ଥାଂଶ ପୁରୁଣା ଗ୍ୟାସ୍ ମୂଲ୍ୟ ଦେଖ।ଯାଏ । ଏହାର ଅର୍ଥ ହେଉଛି ୧ ଅକ୍ଟୋବରରେ ହେବାକୁ ଥିବା ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ରେ ସିଏନଜିର ମୂଲ୍ୟ ଜୁଲାଇ ୨୦୨୧ ରୁ ଜୁନ୍ ୨୦୨୨ ର୍ପ୍ୟନ୍ତ ହାରାହାରି ମୂଲ୍ୟକୁ ଆଧାର କରି ନିଷ୍ପତି ନିଆଯିବ । ତେବେ ଏଥି ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି । ଯାହା ଦ୍ୱାରା ଘରୋଇ ଉତ୍ପାଦିତ ପ୍ରାକୃତିକ ଗ୍ୟାସ ମୂଲ୍ୟର ସମୀକ୍ଷା କରିବେ ସରକାର ।

ଜାଣନ୍ତୁ ଏଲପିଜର ମୂଲ୍ୟ:-
ସୂଚନାମୁତାବକ, ବ୍ୟବସାୟକ ଏଲପିଜିର ମୂଲ୍ୟ ୧,ସେପ୍ଟେମ୍ବର ରେ ୧ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧ ଟଙ୍କା, କୋଲକତାରେ ୧୦୦ ଟଙ୍କା ଏବଂ ମୁମ୍ବାଇବାରେ ୯୨.୫୦ ଟଙ୍କା ଶସ୍ତା ହୋଇଥିଲା । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତନ ହୋଇନାହିଁ ।
ଅନ୍ତରାଷ୍ଟ୍ରିୟ ବଜାରରେ ତୈଳ ଦର ଖୁବ୍ ଜୋର ବୃଦ୍ଧି ପାଇବାରେ ଲାଗିଛି । ଯାହା ଦ୍ୱାରା ଏଲପିଜି ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା କରାଯାଉଛି । ତେବେ ପାର୍ବଣକୁ ନଜରରେ ରଖି ହୁଏତ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନ ହେବାର ମଧ୍ୟ ସୂଚନା ରହିଛି ।

Get real time updates directly on you device, subscribe now.