fbpx

ରାସ୍ତା ମଝିରେ ଶୋଇଛି କୁମ୍ଭୀର: ହଟାଇବା ପାଇଁ ସବୁ ଯୋଜନା ମାରିଲା ଫେଲ, ତାପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଏବେ ଭାଇରାଲ ହେଉଛି । କିଛି ପଶୁପକ୍ଷୀଙ୍କର ଭିଡିଓ ମଧ୍ୟ ଲୋକଙ୍କ ମନ କିଣୁଛି । କିଛି ଭିଡିଓରେ ଜଙ୍ଗଲୀ ବାଘ, ସିଂହ ଭଳି ବଳବାନ ପଶୁ ରାସ୍ତା ଜାମ୍ କରି ଲୋକମାନଙ୍କ ପାଇଁ ସମସ୍ୟା ହୋଇଥାନ୍ତି । କିନ୍ତୁ କେବେ ଦେଖିଛନ୍ତି କି, କୁମ୍ଭୀର ରାସ୍ତାରୋକ କରିବାର ଘଟଣା ? ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ଯେତିକି ପସନ୍ଦ କରିଛନ୍ତି ସେତିକି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲା ଅଞ୍ଚଳରୁ । ଏଠାରେ ଏକ କୁମ୍ଭୀର ରାସ୍ତାରୋକ କରିଥିବାର ଦେଖାଯାଇଛି । ଫୁଲବେହଡ ତାନା ଅନ୍ତର୍ଗତ ଲିଲୋଟୀନାଥ ମନ୍ଦିରକୁ ଯିବା ରାସ୍ତାରେ ଏହି ଘଟଣା ଘଟିଯାଇଛି । ରାସ୍ତା ମଝିରେ ଏକ କୁମ୍ଭୀର ଏମିତି ପଡି ରହିଥିଲା ଯେ, ଯିବା ଆସିବା କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏହାକୁ ହଟାଇବା ପାଇଁ କେହି ସାହସ ମଧ୍ୟ କରି ପାରି ନଥିଲେ । ଫଳରେ କୁମ୍ଭୀର ନିଜେ ରାସ୍ତାରୁ ନ ହଟିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ।

ତେବେ ଅନେକ ଅପେକ୍ଷା ପରେ କିଛି ଲୋକ କୁମ୍ଭୀରକୁ ହଟାଇବା ପାଇଁ ପ୍ରୟାସ କରିଥିଲେ । ବିଭିନ୍ନ ଉପାୟରେ କୁମ୍ଭୀରକୁ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ ବି ନିଜ ଜାଗାରୁ ଗୋଟିଏ ଇଞ୍ଚ ବି ହଲି ନଥିଲା କୁମ୍ଭୀର । ତେବେ ପାଖାପାଖି ୧୫ ମିନିଟ ପରେ ଗାଡି ଲାଇଟ ଯୋଗୁଁ କୁମ୍ଭୀରଟି ପାଖ ବୁଦା ଭିତରକୁ ଚାଲି ଯାଇଥିଲା । କୁମ୍ଭୀର ସେଠାରୁ ହଟିବା ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲା ଏବଂ ସେମାନେ ନିଜ ଲକ୍ଷ୍ୟରେ ଯାଇଥିଲେ । ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.