fbpx

ପାଣି ଭିତରୁ ମିଳିଲା ଏମିତି ଜୀବ: ପୂର୍ବ କାଳର ଡାଇନୋସର ସହ ତୁଳନା କରୁଛନ୍ତି ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ସୋଶଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗେିଛି ଏମିତି ଏକ ଭିଡିଓ, ଯାହା ସମସ୍ତଙ୍କୁ ପୂର୍ବ କାଳର ଡାଇନୋସର ଯୁଗ କଥା ମନେ ପକାଇ ଦେଇଛି । ସାରା ଦୁନିଆ ଏହି ଜୀବକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛି । ଦୁଇ ଜଣ ମାଛ ଧରାଳୀଙ୍କ ଜାଲରେ ଏକ ବିଚିତ୍ର ଜୀବ ଫସିଯାଇଛି । ମାଛ ଭଳି ଦେକାଯାଉଥିବା ଏହି ଜୀବର ଓଜନ ପ୍ରାୟ ୨୭୦ କିଲୋ ହେବ ବୋଲି ଅନୁମାନ କରାଯାଉଛି । ଏହି ଜୀବର ନାମ ହେଉଛି ଷ୍ଟରଜିଅନ ମାଛ, ଯାହାକୁ ଜୀବନ୍ତ ଡାଇନୋସର ବୋଲି ମଧ୍ୟ ଜଣାଯାଏ ।

କାନାଡାର ଫ୍ରାଜର ନଦୀରେ ୟବେସ ବିସନ୍ ଏବଂ ଏଙ୍ଗଲର ଡେନ ଲଲିୟର ମାଛ ଧରିବା ପାଇଁ ଯାଇତିବା ବେଳେ ତାଙ୍କ ଜାଲରେ ଏଭଳି ଏକ ଅଦ୍ଭୁତ ଜୀବ ଧରା ପଡିଛି । ମାଛଟିକୁ ବାହାରକୁ ଆଣି ଦେଖିବା ପରେ ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କାରଣ ଏହି ମାଛ ଥିଲା ଏକ ଷ୍ଟରଜିଅନ ମାଛ । ଏହାର ବିଶାଳ ଆକୃତି ପାଇଁ ଏହାକୁ ଜୀବନ୍ତ ଡାଇନୋସର ବୋଲି କୁହାଯାଏ । ୧୧ ପୁଟ ଲମ୍ବର ଏହି ମାଛର ଓଜନ ପ୍ରାୟ ୨୫୦-୩୦୦ କିଲୋଗ୍ରାମ ହେବ ବୋଲି ଆକଳନ କରାଯାଇଛି । ତେବେ ଏହାକୁ ପରେ ପୁଣି ପାଣିରେ ଛାଡି ଦିଆଯାଇଛି । କିନ୍ତୁ ଏହାର ଭିଡିଓ ଅପଲୋଡ ହେବା ପରେ ଏହା ସୋଶଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ୩୫ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି ।

Get real time updates directly on you device, subscribe now.