fbpx

ନୀରଜ ଚୋପ୍ରାଙ୍କୁ XUV 700 ଉପହାର ଦେବେ ଆନନ୍ଦ ମହିନ୍ଦ୍ରା, ଭିନ୍ନ ଢଙ୍ଗରେ କଲେ ଘୋଷଣା

ନୂଆଦିଲ୍ଲୀ: ନୀରଜ ଚୋପ୍ରାଙ୍କୁ XUV 700 ଦେବାକୁ ପ୍ରତିଶୃତି ଦେଲେ ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୋକିଓ ଅଲିମ୍ପିକରେ ଜାଭଲିଙ୍ଗ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳୀ ନୀରଜ ଚୋପ୍ରାଙ୍କୁ କମ୍ପାନୀର ଆଗାମୀ ଏସୟୁଭି XUV 700 ଉପହାରରେ ଦେବା ନେଇ ଘୋଷଣା କରିଛନ୍ତି ।

ଟ୍ୱିଟରରେ ଜଣେ ଫଲୋଅର ମହିନ୍ଦ୍ରାଙ୍କୁ ଚୋପ୍ରାଙ୍କୁ ଏକ୍ସୟୁଭି ଦେବା ପାଇଁ କହିଥିଲେ, ଏହା ପରେ ଆନନ୍ଦ ମହିନ୍ଦ୍ରା ଲେଖିଥିଲେ ନିଶ୍ଚୟ, ଆମର ସୁନା ଆଥଲେଟଙ୍କ ପାଇଁ ଏକ୍ସୟୁଭି ୭୦୦ ଉପହାର ଦେବା ମୋର ସୌଭାଗ୍ୟ ଏବଂ ସମ୍ମାନ ହେବ ।

ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକର ଫାଇନାଲରେ ୮୭.୫୮ ମିଟର ଜାଭଲିଙ୍ଗ ଥ୍ରୋ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଅଲିମ୍ପିକ ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଆଥଲେଟିକ୍ସରେ ପଦକ ହାସଲ କରିନଥିଲେ । ଆଉ ଆଜି ନୀରଜ ଅଲିମ୍ପିକରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିବା ସହ ରଚିଛନ୍ତି ନୂଆ ଇତିହାସ ।

Get real time updates directly on you device, subscribe now.