fbpx

ଅନନ୍ତ ଅମ୍ବାନୀ ‘ଲାଲବାଗ ଚା ରାଜା’କୁ ଦାନ କଲେ ୨୦ କିଲୋ ସୁନାର ମୁକୁଟ, ଜାଣନ୍ତୁ କେତେ ମୂଲ୍ୟ

ନୂଆଦିଲ୍ଲୀ: ‘ଲାଲବାଗ ଚା ରାଜା’ର ପ୍ରଥମ ଝଲକ ଗୁରୁବାର ସଂଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏକ ମୁକୁଟ ‘ଲାଲବାଗ ଚା ରାଜା’ କୁ ଦାନ କରିଛନ୍ତି। ଏହି ମୁକୁଟର ଖୁବ ଚର୍ଚ୍ଚା ହେଉଛି, କାରଣ ଏହାକୁ ତିଆରି କରିବାରେ ୨୦ କିଲୋ ସୁନା ବ୍ୟବହାର ହୋଇଛି। ସୁନାର ମୁକୁଟ ମୂଲ୍ୟ ୧୫ କୋଟି ଟଙ୍କା ବୋଲି କୁହାଯାଉଛି।

ଗୁରୁବାର ଦିନ ‘ଲାଲବାଗ ଚା ରାଜା’ ମୂର୍ତ୍ତିକୁ ୨୦ କିଲୋ ସୁନାର ମୁକୁଟ ‘ଲାଲବାଗ ଚା ରାଜା’କୁ ପିନ୍ଧାଯାଇଛି। ଏହି ମୁକୁଟ ଅନନ୍ତ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦାନରେ ପ୍ରଦାନ କରାଯାଇଛି। ଅନନ୍ତ ଅମ୍ବାନୀ ଏବଂ ସାରା ପରିବାର ଗତ ଅନେକ ବର୍ଷରୁ ଲାଲବାଗ ଚା ରାଜା ମଣ୍ଡପରେ ଯୋଗଦାନ ଦେଇଥାଆନ୍ତି ଏବଂ ସେ ଲାଲବାଗ ଚା ରାଜାର ବିସର୍ଜନ ଯାତ୍ରାରେ ମଧ୍ୟ ଭାଗ ନିଅନ୍ତି।

Get real time updates directly on you device, subscribe now.