(Video) ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଅନନ୍ତ-ରାଧିକା, ସେମାନଙ୍କ ଖୁସି କହିଲେ ନ ସରେ..
ମୁକେଶ ଅମ୍ବାନୀ ପୁରା ପରିବାର ସହ ମାଘ ପୂର୍ଣ୍ଣିମାରେ ତ୍ରୀବେଣି ସଙ୍ଗମରେ ସ୍ନାନ କରିଛନ୍ତି। ଏହି ସମୟରେ ରାଧିକା-ଅନନ୍ତ ମଧ୍ୟ ତାଙ୍କ ସହ ବୁଡ଼ ପକାଇଛନ୍ତି।
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ପୁରା ପରିବାର ସହ ୧୧ ଫେବୃଆରୀରେ ମହାକୁମ୍ଭରେ ସଂଗମରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ପହଞ୍ଚିଥିଲେ।
ଅମ୍ବାନୀଙ୍କ ପରିବାର ମାଆ ଗଙ୍ଗାଙ୍କୁ ପୂଜା-ଅର୍ଚ୍ଚନା କରିଛନ୍ତି। ଏଥିସହ ଅମ୍ବାନୀ ପରିବାରର ନବ ବିବାହିତା ଦମ୍ପତ୍ତି ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିଛନ୍ତି କରିଛନ୍ତି। ଏହାପରେ ଏହି ଦମ୍ପତ୍ତିଙ୍କ ଖୁସି କହିଲେ ନ ସରେ..
ତୀର୍ଥଯାତ୍ରୀଙ୍କୁ ବାଣ୍ଟିଲେ ମିଠା: ସଂଗମରେ ବୁଡ଼ ପକାଇବା ପରେ ଅମ୍ବାନୀ ପରିବାର ମାଆ ଗଙ୍ଗାଙ୍କୁ ପୂଜା କରିଛନ୍ତି। ଏହାପରେ ଅମ୍ବାନୀ ପରିବାର ପ୍ରୟାଗରାଜରେ ପହଞ୍ଚି ତୀର୍ଥଯାତ୍ରୀ, ସଫେଇ କର୍ମଚାରୀ, ଡଙ୍ଗା ଚାଳକମାନଙ୍କୁ ମିଠା ବାଣ୍ଟିଛନ୍ତି।
ଅନନ୍ତ ଅମ୍ବାନୀ ନିଜେ ଏହି ମିଠା ବାଣ୍ଟିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବଂ ଫଟୋ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।
ଖୁସି ବ୍ୟକ୍ତ କଲେ ରାଧିକା-ଅନନ୍ତ: ଏହାପରେ ଅମ୍ବାନୀ ପରିବାରର ନୂଆ ଦମ୍ପତ୍ତି ସଂଗମରେ ସ୍ନାନ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି।
ରାଧିକା ମର୍ଚାଣ୍ଟ ସଙ୍ଗମକୁ ମ୍ୟାଜିକାଲ କହିଥିବା ବେଳେ ଅନନ୍ତ କହିଛନ୍ତି ଯେ, ସଙ୍ଗମରେ ସ୍ନାନ କରିବା ପରେ ମୋତେ ବହୁତ ଭଲ ଲାଗିଲା। ଭଗବାନ ସମସ୍ତଙ୍କୁ ଶାନ୍ତି ଏବଂ ସଂପତ୍ତି ପ୍ରଦାନ କରନ୍ତୁ। ଏହି ଭିଡିଓ ୟୁଜର୍ସଙ୍କୁ ଖୁବ ପସନ୍ଦ ଆସିଛି।
VIDEO | Maha Kumbh Mela: Reliance Industries chairperson Mukesh Ambani, along with his son Anant Ambani, daughter-in-law Radhika Merchant and other family members, visited Maha Kumbh Mela and took holy dip in Triveni Sangam earlier today.
On his experience, Anant Ambani said,… pic.twitter.com/CyJtturfWK
— Press Trust of India (@PTI_News) February 11, 2025