(Video) ବାଟରେ ଗଲାବେଳେ କୁକୁଡ଼ା ଗାଡ଼ି ଦେଖି ଅଟକି ଗଲେ ଅନନ୍ତ ଅମ୍ବାନୀ, ଦ୍ୱିଗୁଣା ଦାମରେ କିଣିଲେ ସବୁତକ କୁକୁଡ଼ା

ପୁଣି ଚର୍ଚ୍ଚାରେ ଅନନ୍ତ ଅମ୍ବାନୀ । ଦ୍ୱାରକା ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି କୋଟିପତି ।

ଓଡ଼ିଶା ଭାସ୍କର: ଦେଶର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ବର୍ତ୍ତମାନ ସମୟରେ ସବୁଠାରେ ହାଇଲାଇଟେଡ୍ ହୋଇ ରହିଛନ୍ତି । ବତ୍ତର୍ମାନ ମସୟରେ ସେ ଗୁଜୁରାଟ ଜାମ ନଗରରୁ ଦ୍ୱାରକା ପର୍ଯ୍ୟନ୍ତ ପଦଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ।

ଏହି ପଦଯାତ୍ରା ବେଳେ ଅନନ୍ତ ପାଖାପାଖି ୨୫୦ କୁକୁଡ଼ା କିଣିଛନ୍ତି; ତା’ପୁଣି ଦ୍ୱିଗୁଣା ଦାମରେ ଏ କୁକୁଡ଼ା ସବୁକୁ ସେ କିଣିଥିବା ଆଲୋଚନା ହେଉଛି । ଏ କୁକୁଡ଼ାଗୁଡ଼ିକୁ ସେ ପାଳିବେ ବୋଲି କହିଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ପଦଯାତ୍ରାବେଳେ ଅନନ୍ତ ଦେଖିଥିଲେ ଗୋଟିଏ ଟ୍ରକରେ ପାଖାପାଖି ୨୫୦ କୁକୁଡ଼ାଙ୍କୁ କଟାଯିବା ପାଇଁ ନିଆଯାଉଛି । ଅନନ୍ତ ଏହା ଦେଖି ତୁରନ୍ତ ଗାଡ଼ିକୁ ଅଟକାଇ ଡ୍ରାଇଭର ସହ କଥା ହୋଇଥିଲେ । ଏହାପରେ କୁକୁଡ଼ାଗୁଡ଼ିକୁ ୨ ଗୁଣା ଦାମରେ କିଣିବାକୁ ସେ ରାଜି ହୋଇଯାଇଥିଲେ ।

୨୮ ତାରିଖ ଦିନ ଜାମନଗରର ମୋତି ଖାଡବିରୁ ଅନନ୍ତ ଏହି ପଦଯାତ୍ରା ଆରମ୍ଭ କରିଥିଲେ । ନିଜର ୩୦ତମ ଜନ୍ମଦିନ ସେ ଦ୍ୱାରକାରେ ପାଳନ କରିବେ । ୧୦ ଏପ୍ରିଲରେ ଅନନ୍ତଙ୍କ ଜନ୍ମ ଦିନ ।