ବିଦ୍ୟାଳୟରେ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର, ଏନେଇ ଦିଲ୍ଲୀରେ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ହେବ।

ଭୁବନେଶ୍ୱର: ସରକାରଙ୍କ ବଡ଼ ନିଷ୍ପତ୍ତି।  ବିଦ୍ୟାଳୟ ସହିତ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ହେବ ବୋଲି ଏ ନିଷ୍ପତ୍ତି ସରକାର ନେଇଛନ୍ତି।

ବିଦ୍ୟାଳୟ ସହିତ ଅଙ୍ଗନବାଡ଼ି କେନ୍ଦ୍ର ଯୋଡିବାକୁ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି। ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ରର ମିଶ୍ରଣ ନେଇ ନିର୍ଦ୍ଦେଶାବଳୀର ଶୁଭାରମ୍ଭ ମଧ୍ୟ କରିଛନ୍ତି ସରକାର। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।