ସାଧାରଣତଃ ଆମକୁ କୁହାଯାଏ ମଣିଷ ଯେପରି କର୍ମ କରେ ସେହି ଅନୁସାରେ ମରିବା ପରେ ତାକୁ ସ୍ୱର୍ଗ କିମ୍ବା ନର୍କରେ ଜାଗା ମିଳେ । ସେଥିପାଇଁ ମଣିଷ ଭାବେ, ଏମିତି କଣ କରିବି ଯାହା ପାଇଁ ମୁଁ ସ୍ୱର୍ଗରେ ପହଁଚି ପାରିବି । କାରଣ ନର୍କରେ ତ ଜାଗା ନାହିଁ । ପୁଣି କୁହାଯାଏ ନର୍କରେ ସର୍ବଦା ଦୁଃଖ କଷ୍ଟ ରହିଥାଏ ଯାହା ପାଇଁ ମଣିଷକୁ ସର୍ବଦା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିପାଇଁ ସମସ୍ତେ ଚାହାଁନ୍ତି ମୁଁ ସ୍ୱର୍ଗକୁ ଯିବି, ମୁଁ କଣ କରିବି ଯାହା ଫଳରେ ମୋତେ ନର୍କରେ ରହିବାକୁ ପଡିବ ନାହିଁ । ପୁଣି ପ୍ରଶ୍ନ ଆସେ ସ୍ୱର୍ଗ କଣ ଉପରେ ଏବଂ ତଳେ ନର୍କ? ଆମେ ସେହି ଉପରେ କେମିତି ପହଁଚିବୁ?
ଥରେ ଜଣେ ଯୁବକ ଏହାକୁ ନେଇ ଜାଣିବାକୁ ଚେଷ୍ଟା କଲା ଯେ, କେଉଁଠାରେ ସ୍ୱର୍ଗ ଏବଂ କେଉଁଠାରେ ନର୍କ ଏବଂ ସେଠାରେ କଣ ହୁଏ? ଗୋଟେ ଦିନ ସେ ଜଣେ ସାଧୁ ପାଖକୁ ଗଲା ଏବଂ କହିଲା ଗୁରୁ ସ୍ୱର୍ଗ ଓ ନର୍କ କେଉଁଠାରେ ଅଛି? କେଉଁ କାମ ଦ୍ୱାରା ଆମେ ସେଠାରେ ପହଁଚି ପାରିବା । ସନ୍ଥ ତାଙ୍କୁ ପଚାରିଲେ ତୁମେ କଣ କରୁଛ? ସେ ଉତ୍ତର ଦେଇ କହିଲେ ମୁଁ ଜଣେ ପୋଲିସ । ସନ୍ଥ କହିଲେ ତୁମ ମୁହଁରୁ ତ ଲାଗୁନି ତୁମେ ପୋଲିସ ବୋଲି । ତୁମ ମୁହଁ ଅତ୍ୟନ୍ତ ଦୟାଳୁ । ତୁମକୁ ପୋଲିସରେ କିଏ ଭର୍ତ୍ତି କରାଇଲା? ବର୍ତ୍ତମାନ ସେହି ବ୍ୟକ୍ତି ରାଗିଗଲେ । ସେ କହିଲେ ମୁଁ ତ ପୁରା ଯବାନ ପରି ଦେଖିବାକୁ ସନ୍ଥ ଏମିତି କଣ କହୁଛନ୍ତି ମୋତେ? ତେଣୁ ରାଗିଯାଇ ଖଣ୍ଡା ଉଠାଇଲେ ସନ୍ଥଙ୍କୁ ମାରିବାକୁ ।
ସନ୍ଥ କହିଲେ ତୁ ଯେଉଁ ଖଣ୍ଡା ଉଠାଇଛୁ ତାହା ମୋଟା ଅଛି ମୋ ବେକ ସେଥିରେ କଟିବ ନାହିଁ । ତୁ କେଉଁ ସିପାହୀ ହେଇଛୁ? ଏହା ଶୁଣି ସିପାହୀ ଜଣକ ସମ୍ପୂର୍ଣ୍ଣ ରାଗିଯାଇ ସନ୍ଥଙ୍କୁ ମାରିବାକୁ ବସିଲା । ଏହାପରେ ସନ୍ଥ କହିଲେ ଏହା ହେଉଛି ନର୍କ । ସିପାହୀ ଅଟକି ଗଲା ଏବଂ ଭାବିଲା ମୁଁ ଏବେ କଣ କରିବାକୁ ଯାଉଥିଲି । ଏହିପରି ମଣିଷକୁ ଛୋଟ ଛୋଟ କଥାରେ ରାଗ ଆସିଯାଏ । ତା ଭିତରେ ଥିବା ରାଗ ପାଇଁ କେତେ ବଡ଼ ଭୁଲ ହୋଇଯାଏ । ସିପାହୀ ଜଣକ ଦେଖିଲେ ସେ ରାଗରେ ଖଣ୍ଡା ଧରି ସନ୍ଥଙ୍କୁ ମାରି ଦେଇଥାନ୍ତେ ହେଲେ ସନ୍ଥ ସେହିପରି ଶାନ୍ତ ଅବସ୍ଥାରେ ବସିଛନ୍ତି । ସେ ଯେତେବେଳେ ଖଣ୍ଡାଟିକୁ ଭିତରେ ରଖିଦେଲେ ସେତେବେଳେ ତାଙ୍କୁ ସନ୍ଥ କହିଲେ ଏହା ହେଉଛି ସ୍ୱର୍ଗ ।
ବହୁବାର ଆମକୁ ଜଣା ନଥାଏ ଯେ, ସ୍ୱର୍ଗ କେଉଁଠି ଏବଂ ନର୍କ କେଉଁଠି? ସାଧାରଣତଃ ଆମେ ଭାବିଥାଉ ଉପରେ ସ୍ୱର୍ଗ ଅଛି ଏବଂ ତଳେ ନର୍କ । ଆମେ ଭୁଲିଯାଇ ଥାଉ ଯେ, ଏଠାରେ ସ୍ୱର୍ଗ ଅଛି ଏବଂ ନର୍କ ମଧ୍ୟ ଅଛି । ଆମେ ଚାହିଁଲେ ନର୍କରେ ମଧ୍ୟ ସ୍ୱର୍ଗ ବନାଇ ପାରିବା । ଲୋକମାନେ ହିଂସା ଏବଂ କ୍ରୋଧ ପାଇଁ ସ୍ୱର୍ଗକୁ ନର୍କ ବନାଇ ପାରିବେ ।