fbpx

ରଘୁବଂଶୀଙ୍କ ଅର୍ଦ୍ଧଶତକ: ୧୯ ବର୍ଷରୁ କମ୍ ଏସିଆ କପ୍ ଜିତିନେଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଏସିଆ କପ୍ ଫାଇନାଲ ମୁକାବିଲାକୁ ଜିତି ନେଇଛି ୧୯ ବର୍ଷରୁ କମ ଭାରତୀୟ ଦଳ । ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତ ସମ୍ମୁଖରେ ମାତ୍ର ୧୦୨ ରନର ଟାର୍ଗେଟ ରଖାଯାଇଥିଲା । ଭାରତ ମାତ୍ର ଗୋଟିଏ ୱିକେଟ ହରାଇ ମ୍ୟାଚ ଜିତିବା ସହିତ ଟାଇଟଲ କବଜା କରିଥିଲା ।

ପ୍ରଥମେ ବୋଲିଂ କରୁଥିବା ଭାରତ ପକ୍ଷରୁ ଭିକି ଓସ୍ତୱାଲ ଚମକ୍ରାର ବୋଲିଂ କରିଥିବା ବେଳେ ଶ୍ରୀଲଙ୍କା ୯ ୱିକେଟ ହରାଇ ମାତ୍ର ୧୦୬ ରନ ସଂଗ୍ରହ କରିଥିଲା । ଭିକି ଓସ୍ତୱାଲ ମାତ୍ର ୧୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ । କୌଶଲ ତାମ୍ବେ ଦୁଇଟି ୱିକେଟ ନେଇଥିବା ବେଳେ ହାଙ୍ଗରେଗକର, ରବି କୁମାର ଓ ରାଜ ବାୱା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ୧୦ ନମ୍ବର ବ୍ୟାଟ୍ସମ୍ୟାନ ୟାସିରୁ ରୋଡ୍ରିଗୋ ସର୍ବାଧିକ ୧୯ ରନ କରିଥିବା ବେଳେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତକୁ ୧୦୨ ରନର ବିଜୟ ଲକ୍ଷ୍ୟ ପ୍ରଦାନ କରାଯାଇଥିବା ବେଳେ ଓପ୍ନର ଅଙ୍ଗକ୍ରୀଶ ରଘୁବଂଶୀଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୧.୩ ଓଭରରେ ବିଜୟୀ ହୋଇଥିଲା । ମାତ୍ର ୮ ରନରେ ହରନୁର ସିଂ ପ୍ୟାଭିଲିୟନ ଫେରିଥିବା ବେଳେ ରଘୁବଂଶୀ(୫୬) ଓ ଶେକ ରଶିଦ(୩୧)ଙ୍କ ଭାଗିଦାରୀରେ ବିଜୟୀ ହୋଇଥିଲା । ରଘୁବଂଶୀ ୬୭ ବଲ ଖେଳି ୭ ଚୌକା ମାରିଥିଲେ ।

Get real time updates directly on you device, subscribe now.