ଓଡିଶା ପାଇଁ ବିପଦ! ଦେଶରେ ଅନୁଗୁଳ ସବୁଠୁ ପ୍ରଦୂଷିତ ସହର, AQI 332

ଭୁବନେଶ୍ବର: ଦେଶର 6 ପ୍ରମୁଖ ପ୍ରଦୂଷିତ ସହର ଭିତରେ ରହିଛି ଓଡିଶାର ଦୁଇ ସହର । ଏହି ଲିଷ୍ଟରେ ରହିଛି ଅନୁଗୁଳ ଏବଂ ତାଳଚେର । ଅନୁଗୁଳରେ AQI 323 ରହିଥିବା ବେଳେ ଦେଶର ଚତୁର୍ଥ ପ୍ରଦୂଷିତ ସହର ବୋଲି ଜଣାପଡିଛି । ଦୁଇ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଥିବା କୁହାଯାଉଛି ।  କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏଭଳି ଚିନ୍ତାଜନକ ତଥ୍ୟ ପ୍ରଦାନ କରାଯାଇଛି ।

ଯଦି ଦେଖିବା ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ରହିଛି ଅନୁଗୁଳ । ଏଠାକାର ବାୟୁ ଗୁଣାବତ୍ତା 332 ରେକର୍ଡ କରାଯାଇଛି । ସେହିପରି ଅଗରତାଲାରେ 315, ଅମ୍ରିତସରରେ 270, ଆସାନସୋଲରେ 196, ଅଙ୍କଲେଶ୍ବରରେ 117, ଅହମ୍ମଦାବାଦରେ 111 ଏବଂ ଅମରାବତୀରେ 79 ରହିଛି ବାୟୁଗୁଣାବତ୍ତା । ଯଦି ଦେଖିବା ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା 165 ରହଥିବା ବେଳେ ଅନୁଗୁଳରେ AQI 332 ରହିଛି । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାୟୁ ଗୁଣାବତ୍ତା ହ୍ରାସ ସ୍ତରରେ ଓଡିଶା ରେକର୍ଡ କରିବାରେ ଲାଗିଛି । ଶୀତ ଦିନ ସାଧାରଣତଃ କୁହୁଡୁ ଯୋଗୁଁ ବାୟୁର ଗୁଣାବତ୍ତା ହ୍ରାସ ପାଇଥାଏ । କିନ୍ତୁ ଶିଳ୍ପାଞ୍ଚ ବୃଦ୍ଧି ହେତୁ ଏହା ଏକ ପ୍ରମୁଖ କାରଣ ହୋଇପାରେ ବୋଲି ବିବେଚନା କରାଯାଉଛି । ଏହା ଯୋଗୁଁ ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଏହାସହିତ ଓଡିଶାର 7ସହରର ବାୟୁଗୁଣାବତ୍ତା ଖରାପ ସ୍ତରକୁ ଗତି କରୁଛି ।