fbpx

ମଣିଷ ଭଳି ପଶୁପକ୍ଷୀଙ୍କର ବି ଥାଏ Feelings ଆଉ Emotion : ବମ୍ବେ ହାଇକୋର୍ଟ

ମୁମ୍ବାଇ: ଭାରତରେ ପଶୁପକ୍ଷୀଙ୍କୁ ଖୁବ ଆଦର ଓ ସ୍ନେହ କରାଯାଏ । ଦେଶରେ ପ୍ରାୟ ସମସ୍ତଙ୍କ ଘରେ ଗୃହପାଳିତ ପଶୁପକ୍ଷୀ ଦେଖିବାକୁ ମିଳିଥାଏ । ପଶୁପକ୍ଷୀମାନେ ମଧ୍ୟ ଖୁବଶୀଘ୍ର ପୋଷା ମାନିଯାଏ ଆଉ ମାଲିକଙ୍କ ସହ ଏକ ମଧୁର ସମ୍ପର୍କ ତିଆରି କରିପାରେ । ତେଣୁ ବମ୍ବେ ହାଇକୋର୍ଟ ଏହି ପଶୁପକ୍ଷୀମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ମଣିଷଙ୍କ ଭଳି ପଶୁପକ୍ଷୀମାନଙ୍କର ମଧ୍ୟ ଫିଲିଙ୍ଗସ ଏବଂ ଇମୋସନ ରହିଛି । ତେଣୁ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ସମ୍ବନ୍ଧୀୟ ମାମଲାଗୁଡିକ ଅତି ସମ୍ବେଦନଶୀଳତା ସହିତ ନିଆଯିବ ବୋଲି କହିଛନ୍ତି ହାଇକୋର୍ଟ ।

ଏ ମାମଲା ନେଇ କୋର୍ଟ କହିଛନ୍ତି ଯେ, ପଶୁପକ୍ଷୀ ନିଜ ଅଧିକାର ସମ୍ପର୍କରେ ମୁହଁ ଖୋଲି କିଛି କହିପାରିବେ ନାହିଁ । ତେଣୁ ସେମାନଙ୍କ ସହ ଜଡିତ ମାମଲାଗୁଡିକର ଶୁଣାଣିରେ ମାନବୀୟ ସମ୍ବେଦନଶୀଳତା ଆବଶ୍ୟକ ରହିଛି । ପଶୁପକ୍ଷୀ କଥା କହି ପାରୁନଥିବାରୁ ସେମାନଙ୍କ ଅଧିକାର ମାଗି ପାରନ୍ତି ନାହିଁ । ଜଷ୍ଟିସ ଜି.ଏ ସନାପଙ୍କ ସିଙ୍ଗଲ ବେଞ୍ଚ କହିଛନ୍ତି ଯେ, ମଣିଷଙ୍କ ଭଳି ପଶୁପକ୍ଷୀଙ୍କ ପାଖରେ ମଧ୍ୟ ରେ ଭାବନା ଏବଂ ଇନ୍ଦ୍ରିୟ ରହିଛି । ସେମାନେ ମଧ୍ୟ ଫିଲିଙ୍ଗସ ଏବଂ ଇମୋସନରେ ଭରା ହୋଇ ରହିଥାନ୍ତି । ତେବେ ପାର୍ଥକ୍ୟ କେବଳ ଏତିକି ଯେ, ମଣିଷ କଥା କହିପାରୁଥିବା ବେଳେ ସେମାନେ ଅବାକ୍ ରହିଥାନ୍ତି । ଆଇନ ଅନୁଯାୟୀ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ, ତେଣୁ ପଶୁପକ୍ଷୀଙ୍କ ଅଧିକାର, ସେମାନଙ୍କ କଲ୍ୟାଣ ଏବଂ ସୁରକ୍ଷାକୁ ନଜରରେ ରଖି ଶୁଣାଣି କରାଯିବା ଉଚିତ । ଏହାସହିତ ପଶୁପକ୍ଷୀଙ୍କ ଉପରେ କୌଣସି କ୍ରୁରତାକୁ ନେଇ ହୋଇଥିବା ମାମଲାକୁ ଖୁବ ସମ୍ବେଦନଶୀଳତାର ସହ ଗ୍ରହଣ କରାଯିବ ।

୩୯ ଗୋବଂଶ କଷ୍ଟଡି ପାଇଁ ଆବେଦନ କରିଥିବା କିଛି ଲୋକଙ୍କ ଯାଚିକା ଉପରେ ଏ ନେଇ ଟିପ୍ପଣୀ ଦେଇଛନ୍ତି ମାନ୍ୟବର ବମ୍ବେ ହାଇକୋର୍ଟ । ପଶୁପକ୍ଷୀଙ୍କୁ କିଣାବିକା କରିବା ପାଇଁ ଲାଇସେନ୍ସ ଥିବା ନେଇ ଦାବି କରିଥିଲେ ଆବେଦନକାରୀ । ଏହାକୁ ନେଇ ଜିଲ୍ଲା ନ୍ୟାୟାଳୟରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ତେବେ ହାଇକୋର୍ଟ କହିଛନ୍ତି ଯେ, ଟ୍ରାନ୍ସପୋର୍ଟ ହେଉଥିବା ପଶୁଙ୍କ ସଂଖ୍ୟା, ଗାଡିର କ୍ଷମତା ଏବଂ ପଶୁ ପରିବହନ ନିୟମ, ୧୯୭୮ ନିୟମ ଅପେକ୍ଷା ଅଧିକ ରହିଥିଲା । ଏହାସହିତ ଗାଡିରେ ପଶୁମାନଙ୍କ ଖାଦ୍ୟ-ପାନୀୟ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିଲା । ତେଣୁ ଆବେଦନକାରୀଙ୍କୁ ପଶୁପକ୍ଷୀଙ୍କ ଦାୟିତ୍ୱ ଦେବାକୁ ମନା କରି ଦେଇଛନ୍ତି ବମ୍ବେ ହାଇକୋର୍ଟ ।

Get real time updates directly on you device, subscribe now.