“ପ୍ରେମାନନ୍ଦ ମହାରାଜ, ଅନିରୁଦ୍ଧାଚାର୍ୟ୍ୟ କ୍ଷମା ମାଗନ୍ତୁ”: ଜଗଦଗୁରୁ ପରମହଂସ ଆଚାର୍ଯ୍ୟ କାହିଁକି ଏପରି ଦାବି କଲେ ?

ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧାଚାର୍ୟ୍ୟଙ୍କୁ କ୍ଷମା ମାଗିବାକୁ କହିଲେ ଜଗଦଗୁରୁ ପରମହଂସ ଆଚାର୍ଯ୍ୟ ।

ବୃନ୍ଦାବନ: ଉତ୍ତର ପ୍ରଦେଶର ମଥୁରା ପହଞ୍ଚିଥିବା ଜଗତଗୁରୁ ପରମହଂସାଚାର୍ଯ୍ୟ ମହାରାଜ, ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟଙ୍କ ଏବଂ ପ୍ରେମାନନ୍ଦ ମହାରାଜଙ୍କ ବକ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ଯାହା ଏବେ ବେସ ଭାଇରାଲ ହେଉଛି ।

ପ୍ରବଚକ ପରମହଂସ ଆଚାର୍ଯ୍ୟ ଆଜିକାଲି ତାଙ୍କ ବୟାନ ପାଇଁ ବେଶ ଚର୍ଚ୍ଚିତ । ତାଙ୍କ ବୟାନକୁ ନେଇ ସାଧାରଣଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ, ସବୁଠୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ବୟାନ ଭାଇରାଲ ହେବା ପରେ, ପ୍ରେମାନନ୍ଦ ମହାରାଜଙ୍କ ଏକ ବୟାନ ମଧ୍ୟ ଭାଇରାଲ ହୋଇଥିଲା। ତଥାପି, ଅଧିକାଂଶ ଲୋକ ପ୍ରେମାନନ୍ଦ ମହାରାଜଙ୍କୁ ଠିକ୍ ବୋଲି କହିଛନ୍ତି। ସେପଟେ, ମହାରାଜ ଅନିରୁଦ୍ଧାଚାର୍ୟ୍ୟଙ୍କୁ କମ୍ ଜ୍ଞାନୀ ବୋଲି ମଧ୍ୟ କହିଛନ୍ତି ଜଗଦଗୁରୁ ପରମହଂସ ଆଚାର୍ଯ୍ୟ ।

ବୃନ୍ଦାବନରେ ପହଞ୍ଚିଥିବା ପରମହଂସ ଆଚାର୍ଯ୍ୟ ମହାରାଜ କହିଛନ୍ତି ଯେ, ଅନିରୁଦ୍ଧାଚାର୍ୟ୍ୟଙ୍କଠାରେ ଜ୍ଞାନର ଅଭାବ ରହିଛି ଏବଂ ତାଙ୍କର ଧନକୁ ନେଇ ଅହଂକାର ମଧ୍ୟ ଅଛି। ବହୁତ କମ ବୟସରୁ ତାଙ୍କୁ ଟଙ୍କା ଏବଂ କ୍ଷାତି ମିଳି ଯାଇଛି। ଯାହାକୁ ସେ ହଜମ କରିପାରୁନାହାଁନ୍ତି ବୋଲି ପରମହଂସ ଆଚାର୍ଯ୍ୟ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ “ପ୍ରେମାନନ୍ଦ ମହାରାଜ ଝିଅମାନଙ୍କ ପାଇଁ ଯାହା କହିଛନ୍ତି, ତାଙ୍କର ଭାବନା ଠିକ୍ ଥିଲା କିନ୍ତୁ ଶବ୍ଦାବଳୀ ଠିକ୍ ନଥିଲା। ଆପଣ କହିଛନ୍ତି ଯେ, “୧୦୦ ଜଣ ଝିଅଙ୍କ ମଧ୍ୟରୁ କେବଳ ୨-୪ ଜଣ ଝିଅ ପବିତ୍ର” । ଯଦିଓ ତୁମର ଉଦ୍ଦେଶ୍ୟ ଭଲ କିନ୍ତୁ ତୁମର (ପ୍ରେମାନନ୍ଦଙ୍କ) ଶବ୍ଦାବଳୀ ଠିକ୍ ନୁହେଁ। ମୋତେ ବହୁତ ଦୁଃଖ ଲାଗିଲା ଯେ, ଶ୍ରୀଜୀଙ୍କୁ ପୂଜା କରୁଥିବା ବ୍ୟକ୍ତି କନ୍ୟା ଅର୍ଥାତ୍ ଶ୍ରୀଜୀଙ୍କ ବିଷୟରେ ଏତେ ଶସ୍ତା ବୟାନ କିପରି ଦେଇପାରିଲେ। ଯଦି ପ୍ରେମାନନ୍ଦ ଜୀଙ୍କୁ ଜଣା ନଥିଲା, ତେବେ ସେ ଏପରି କହିବା ଉଚିତ୍ ନଥିଲା।“

‘ପ୍ରେମାନନ୍ଦ ମହାରାଜଙ୍କୁ ଆଜିର ସମୟରେ ସବୁଠାରୁ ପୂଜ୍ୟ ବୋଲି ବିବେଚନା କରାଯାଏ। ଝିଅମାନଙ୍କ ବିରୁଦ୍ଧରେ ଏପରି ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ। ତାଙ୍କ ଭିଡିଓ ଶୁଣି ମୁଁ ବହୁତ ଆଘାତ ପାଇଲି ବୋଲି କହିଛନ୍ତି ପରମହଂସ ଆଚାର୍ଯ୍ୟ ।

ତାଙ୍କ କଥା ଜାରି ରଖି ସେ ଆହୁରି ମଧ୍ୟ କହିଥିଲେ ଯେ, ‘ମୁଁ ଆପଣଙ୍କୁ କହିବାକୁ ଚାହେଁ। ରାଧା ରାଣୀ ନିଜେ ମୋତେ କହିଥିଲେ ଯେ ମୋର ଭକ୍ତ ଏହା କହିଥିବାରୁ ମୁଁ ବହୁତ ଦୁଃଖିତ। ଆଉ ସେ କାନ୍ଦୁଛନ୍ତି।‘

ଏହାପରେ ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧାଚାର୍ୟ୍ୟଙ୍କୁ ପୁଣି ଥରେ ସମାଜ ସାମ୍ନାରେ ଆସି କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ପରମହଂସ ଆଚାର୍ଯ୍ୟ । ଯାହାକୁ ନେଇ ଏବେ ଚାରିଆଡ଼େ ବିବାଦ ଦେଖାଦେଇଛି ।