fbpx

ମହୁମାଛିଙ୍କ ଗହଣରେ ଆଞ୍ଜେଲିନା ଜୋଲି

ଆମେରିକା : ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିଜର ସୁନ୍ଦରତା ତଥା ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ଏକ ଫଟୋସୁଟ୍ କରାଇଛନ୍ତି । ଯାହାକୁ ଦେଖଇଲେ ଆପଣ ମାନେ ବି ଘାବରେଇ ଯିବେ । ଆଉ ସେହି ଫଟୋସୁଟ୍ କୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ତେବେ ସେହି ଫଟୋସୁଟ୍ ରେ ସେ ମହୁମାଛି ମାନଙ୍କ ଗହଣରେ କରିଛନ୍ତି । ସେ ମହୁମାଛିଙ୍କ ଗହଣରେ ଠିଆ ହୋଇଛନ୍ତି । ଆଉ ତାଙ୍କ ବେକରେ ଚାରିପାଖରେ ମହୁମାଛି ମାନେ ଭର୍ତ୍ତି ହୋଇ ରହିଛନ୍ତି ।

 

View this post on Instagram

 

A post shared by National Geographic (@natgeo)

ସୂଚନା ଯେ, ଏହାକୁ ଜିୟୋଗ୍ରାଫିକ୍ ଙ୍କ ସହଯୋଗରେ କରାଯାଇଛି । ଏଥିରେ ଆଞ୍ଜେଲିନା ଜୋଲିଙ୍କର କୌଣସିୁ କ୍ଷତି ହୋଇନାହିଁ । ଫଟୋସୁଟ୍ ସମୟରେ ଅଭିନେତ୍ରୀଙ୍କ ଶରୀରରେ ୧୮ ମିନିଟ୍ ପର୍ଯ୍ୟନ୍ତ ମହୁମାଛି ମାନେ ବେଢ଼ି ହୋଇ ରହିଥିଲେ । ତେବେ ଏହି ମହୁମାଛି ମାନେ ହେଛନନ୍ତି ଜଣେ ମହୁମାଛି ପାଳକଙ୍କର ଯିଏକି ନିଜ ସଉକ ପାଇଁ ସେସବୁକୁ ପାଳିଛନ୍ତି । ଫଟୋସୁଟ୍ ସମୟରେ ମହୁମାଛି ମାନଙ୍କୁ ଶାନ୍ତ ରଖିବା ପାଇଁ ଏବଂ ଆଞ୍ଜେଲିନା ଜୋଲିଙ୍କ କିଛି କ୍ଷତି ନ ପହଞ୍ଚାଇବା ପାଇଁ ଖୁବ୍ ପରିଶ୍ରମ କରାଯାଇଥିଲା । ଖୁବ୍ ସତର୍କତା ଅବଲମ୍ବନ କରି ଏହି ଫଟୋସୁଟ୍ କରାଯାଇଥିଲା ।

ନ୍ୟାସନାଲ୍ ଜିୟୋଗ୍ରାଫିକ୍ ର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଞ୍ଜେଲିନା ଜୋଲିଙ୍କ ଏହି ମହୁମାଛି ଫଟୋ ଏବଂ ଭିଡିଓକୁ ସେୟାର କରାଯାଇଛି । ଏଥିସହତି ଫଟୋସୁଟ୍ ବେଳେ କିପରି ସାବଧାନତା ଅବଲମ୍ବନ କରାଯାଇଥିଲା ସେ ବିଷୟରେ ମଧ୍ୟ କୁହାଯାଇଛି । ଭିଡିଓ ରେ ଆପଣ ମାନେ ସଫା ସଫା ଦେଖିପାରିବେ ଯେ ଆଞ୍ଜେଲିନା ଜୋଲି କିପରି ଫଟୋସୁଟ୍ ବେଳେ ଶାନ୍ତ ହୋଇ ଠିଆ ହୋଇଛନ୍ତି । ଆଉ ତାଙ୍କ ବେକ ସାରା ମହୁୀମାଛି ମାନେ ଲାଗି ରହିଛନ୍ତି ।

Get real time updates directly on you device, subscribe now.