fbpx
BSKY SKY
BSKY SKY

ଜୁନ୍ ୭ରେ ଲଞ୍ଚ ହେବ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ, ପହିଲାର ପ୍ରଥମ ୬ ଦିନ କାମ କରିବନି ପୁରୁଣା ଇ-ଫାଇଲିଂ ୱେବସାଇଟ୍

BSKY

ନୂଆଦିଲ୍ଲୀ, ଆୟକର ବିଭାଗ ଆସନ୍ତା ମାସ ୭ ତାରିଖରେ ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଆୟକର ନିର୍ଦ୍ଦେଶାଳୟ ମୁତାବକ ନୂଆ ପୋର୍ଟାଲ ଆରମ୍ଭ ହେବାକୁ ଥିବାରୁ ଜୁନ ୧ରୁ୬ ତାରିଖ ପର୍ଯ୍ୟନ୍ତ ପୁରୁଣା ଇ-ଫାଇଲିଂ ପୋର୍ଟାଲ କାମ ଦେବନାହିଁ । ଏମିତି କି କରଦାତାଙ୍କ ସମେତ ଆୟକର ବିଭାଗର ଅଧିକାରୀଙ୍କ ପାଇଁ ମଧ୍ୟ ପୁରୁଣା ପୋର୍ଟାଲ ଉପଲବ୍ଧ ହୋଇପାରିବ ନାହିଁ ।

ଏହାକୁ ଦୃଷ୍ଟିରେ ରଖି ଜୁନ ୧ ପୂର୍ବରୁ ପୋର୍ଟାଲରେ ଆବଶ୍ୟକ ଇ-ଫାଇଲିଂ ବା ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ଲାଗି ଉଭୟ ଟିକସଦାତା ଓ ଅଧିକାରୀମାନଙ୍କୁ କୁହାଯାଇଛି। ଏହାଛଡ଼ା କୌଣସି ପ୍ରକାର ଅଭିଯୋଗ ବା ଶୁଣାଣି ଥିଲେ, ଜୁନ ୧୦ ପରେ କରିବାକୁ କୁହାଯାଇଛି ।

ସୂଚନାଥାଉ କି ୨୦୨୦-୨୧ ଆର୍ଥିକବର୍ଷର ଆୟକର ରିଟର୍ଣ୍ଣ ଜୁଲାଇ ୩୧ ପର୍ଯ୍ୟନ୍ତ ଫାଇଲ କରିବାର ଅଛି । ଏହି ତାରିଖ ପର୍ଯ୍ୟନ୍ତ ଆୟକର ଫାଇଲ କରିବା କ୍ଷେତ୍ରରେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.