ଗୁରୁ ସାଜିଲା ଜହ୍ଲାଦ: ଛାତ୍ରୀଙ୍କ ଦେହ ଉପରେ ଥିଲା ନଜର, ବ୍ଲାକମେଲ କରି ଆଶା କରୁଥିଲା ପୂରା

ଗିରଫ ହେଲେ ୫୦ ବର୍ଷୀୟ ପ୍ରଫେସର । ଛାତ୍ରୀଙ୍କ ସହ କରୁଥିଲେ ରାସଲୀଳା ।

ଚେନ୍ନାଇ: ତାମିଲନାଡ଼ୁ ଅନ୍ନାମଲାଇ ୟୁନିଭର୍ସିଟି ପ୍ରଫେସରଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କୁ ବ୍ଲାମେଲ୍ କରି ତାଙ୍କୁୁ ଯୌନ ନିର୍ଯ୍ୟାତନା ଅଭିଯୋଗ କରାଯିବା ପରେ ପ୍ରଫେସରଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି ।

୨୦୧୮-୨୯ ମଧ୍ୟରେ କଲେଜରେ ପିଜି ପଢ଼ୁଥିବା ଜଣେ ଛାତ୍ରୀ ଏ ଅଭିଯୋଗ ଆଣିଛନ୍ତି । ପ୍ରଫେସର ଜେ. ରାଜା (୫୦) ଉକ୍ତ ଛାତ୍ରୀଙ୍କୁ ପଢ଼ା ଆଳରେ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିଲେ । ଏହାର ଭିଡିଓ ଓ ଫଟୋ ଜରିଆରେ ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲେ ।

ଛାତ୍ରୀ ଜଣକ ଏବେ ଅନ୍ୟ ରାଜ୍ୟରେ ପଢ଼ୁଥିବାବେଳେ ପ୍ରଫେସର ରାଜା ପୁଣିଥରେ ଛାତ୍ରୀଙ୍କ ଯୋଗାଯୋଗରେ ଆସି ବ୍ଲକମେଲ କରିବାର ଚେଷ୍ଟା କରିଥିଲେ । ଯାହାପରେ ଛାତ୍ରୀ ଉଭୟ ବିଶ୍ୱବିଦ୍ୟାଳୟ ଏବଂ ଥାନାରେ ଅଭିଯୋଗ କଲେ ।

ଏପରି ଭାବେ ଛାତ୍ରୀଙ୍କୁ ବାରମ୍ବାର ବ୍ଲାକମେଲ କରି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଉକ୍ତ ଛାତ୍ରୀ । ଅଭିଯୋଗ ଆଧାରରେ ପ୍ରଫେସର ଜେ. ରାଜାଙ୍କୁ ପୋଲିସ ଗିରଫ କରିଛି ।

ପ୍ରଫେସରଙ୍କ ନାଁରେ ଅଭିଯୋଗ ପରେ ମାମଲା ଦାଏର କରାଯାଇଛି । ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଥିବାବେଳେ ପ୍ରଫେସରଙ୍କ ଫୋନ ଫୋରେନ୍ସିକ୍ ଲ୍ୟାବ ପଠାଇ ଦିଆଯାଇଛି ।