fbpx

ପୀୟୁଷ ଗୋୟଲଙ୍କ ଘୋଷଣା- ପେଟେଣ୍ଟ ପାଇଁ ଆବେଦନ କରୁଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ୮୦% ଫି’ ଛାଡ଼

ନୂଆଦିଲ୍ଲୀ : ଭାରତରେ ପେଟେଣ୍ଟ ପାଇଁ ଆବେଦନ କରୁଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ୮୦ ପ୍ରତିଶତ ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ । ଏହି ସଂସ୍ଥାଗୁଡିକ ଦେଶରେ ଥାଉ ବା ବିଦେଶରେ, ସେମାନଙ୍କୁ ଏହି ରିହାତିର ଲାଭ ମିଳିବ । ଗୋୟଲ ମଙ୍ଗଳବାର ଦିନ କହିଛନ୍ତି ଯେ, ସରକାରଙ୍କ ମାଲିକାନାରେ ଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡିକରେ ୮୦ ପ୍ରତିଶତ ଶୁଳ୍କ ରିହାତି ଉପଲବ୍ଧ ଥିଲା । ଏହା ସମ୍ପୂର୍ଣ୍ଣ ଅନ୍ୟାୟ ।’

ଏହା ସହ ଗୋୟଲ କହିଛନ୍ତି, “ବର୍ତ୍ତମାନ ୮୦ ପ୍ରତିଶତ ଫି’ ରିହାତି ସମସ୍ତ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଉପଲବ୍ଧ ହେବ । ତାହା ସରକାରୀ ଅନୁଷ୍ଠାନ ହେଉ ବା ସରକାରଙ୍କ ଠାରୁ ଅନୁଦାନ ପ୍ରାପ୍ତ ଅନୁଷ୍ଠାନ କିମ୍ବା ବେସରକାରୀ ଅନୁଷ୍ଠାନ ହେଲେ ବି ରିହାତି ମିଳିବ । ଏହି ଅନୁଷ୍ଠାନଗୁଡ଼ିକ ଦେଶରେ ହେଉ କିମ୍ବା ବିଦେଶରେ, ସେମାନଙ୍କୁ ଏହି ରିହାତି ମିଳିବ ।

ସେ କହିଛନ୍ତି ଯେ ସମସ୍ତ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସ୍କୁଲ ଏବଂ କଲେଜଗୁଡିକ ୮୦ ପ୍ରତିଶତ ଫି’ ରିହାତିର ଲାଭ ପାଇବେ । ଏହାର ଅର୍ଥ କୌଣସି ଅନୁଷ୍ଠାନ ପାଇଁ ପ୍ରକାଶନ କିମ୍ବା ନବୀକରଣର ଶୁଳ୍କ ୪,୨୪,୫୦୦ ରୁ ହ୍ରାସ ପାଇ ୮୫,୦୦୦ ଟଙ୍କା ହେବ । ଗୋୟଲ କହିଛନ୍ତି ଯେ, ‘ମୁଁ ଭାବୁଛି ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ବଡ ପ୍ରୋତ୍ସାହନ ହେବ ଓ ଏଥିରେ ଅନେକ ନୂଆ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଭାଗ ନେବେ ।’

Get real time updates directly on you device, subscribe now.