fbpx

କୋରାପୁଟ ମୃତକଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା, ଜାଣନ୍ତୁ କେତେ ?

କୋରାପୁଟ,୧ ।୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା କୋଟପାଡରେ ଗାଡି ଓଲଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ଦୁର୍ଘଟଣାରେ ମୃତାହତଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି । ଏହି ସହାୟତା ରାଶିକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁତର ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଏହି ସହାୟତ ରାଶି ଦିଆଯିବ ।

ତେବେ ଜୟପୁରର କୋଟପାଡ଼ ବ୍ଲକ ଅର୍ନ୍ତଗଡ଼ ମୂର୍ତ୍ତାହାଣ୍ଡିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୯ଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ଏଥିସହ ୧୩ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ପଷ୍ଟ କରିଛନ୍ତି । ସମସ୍ତ ମୃତକ ଛତିଶଗଡ଼ ନାଗରନାର୍ ଥାନା ଅନ୍ତର୍ଗତ କୁଲଚା ଗ୍ରାମର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଏମାନେ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ର କୁଲଚା ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପିକ୍ଅପ ଭ୍ୟାନରେ ମୋଟ ୨୨ଜଣ ଯାତ୍ରା କରୁଥିଲେ । ଭ୍ୟାନଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଭ୍ୟାନଟି ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଯାଇ ଆକସ୍ମିକ ଭାବେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଆହତ ୧୩ଜଣଙ୍କ ମଧ୍ୟରୁ ୪ଜଣ ଜଗଦଲପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ୯ଜଣ ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.