ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା, ଉପକୃତ ହେବେ ୬୨ ହଜାରରୁ ଅଧିକ କମ୍ୟୁନିଟି ଷ୍ଟାଫ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ ଲକ୍ଷପତି ଦିଦି ସହାୟିକା ଯୋଜନା
ଭୁବନେଶ୍ୱର: ଲକ୍ଷପତି ଦିଦି ସହାୟିକା ଯୋଜନା ବର୍ତ୍ତମାନ ଘୋଷଣା ହୋଇଛି। ଏହି ଯୋଜନାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାରିଶ୍ରମିକ ସରକାର ଦେବେ।
ପାରିଶ୍ରମିକ ବାବଦ ଅର୍ଥ ବହନ କରିବେ ରାଜ୍ୟ ସରକାର। ଏଥିରେ ଉପକୃତ ହେବେ ୬୨ ହଜାରରୁ ଅଧିକ କମ୍ୟୁନିଟି ଷ୍ଟାଫ। ଏପ୍ରିଲ ୨୦୨୪ ଠାରୁ ସେମାନଙ୍କ ପାରିଶ୍ରମିକ ପାଇବେ।