fbpx

(Video) ପୁଣି ଏକ ବଡ଼ ଟ୍ରେନ ଦୁର୍ଘଟଣା: ରେଳ ଧାରଣାରୁ ଖସିଗଲା ୮ଟି ବଗି

ନୂଆଦିଲ୍ଲୀ: ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଛୋଟବଡ଼ ଏକାଧିକ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ତେବେ ଆଜି ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟିଛି । ଛତିଶଗଡ଼ର ବିଳାସପୁର ରେଳ ଡିଭିଜନରେ ଦେଖିବାକୁ ମିଳିଛି ଏକ ବଡ଼ ଟ୍ରେନ ଦୁର୍ଘଟଣା ।

ସୂଚନା ମୁତାବକ, ଛତିଶଗଡ଼ରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଗୋଟିଏ ମାଲବାହୀ ଟ୍ରେନର ୮ଟି ବଗି ରେଳ ଧାରଣାରୁ ଖସି ଯାଇଛି । ଫଳରେ ରେଳ ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଫଲରେ ଏବେ କୌଣସି ଯାତ୍ରୀବାହୀ ଟ୍ରେନ ଚଳାଚଳ କରିପାରିବ ନାହିଁ । ଏହି ଖବର ପାଇଁ ରେଳବାଇର ଏକ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି । ଯାଞ୍ଜଗୀର ଚାମ୍ପା ଜିଲ୍ଲାର ଅକଲତରା ଓ ନୈଲା ରେଲୱେ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ରେଳ ଲାଇନରେ ଦୈନିକ ବହୁ ସଂଖ୍ୟାରେ ପାସେଞ୍ଜର ଟ୍ରେନ ଓ କୋଇଲା ଭର୍ତ୍ତି ମାଲବାହୀ ଟ୍ରେନ ଯାତାୟାତ କରିଥାଏ ।

ଆଜି ଦ୍ୱିପ୍ରହର ସମୟରେ ମୁମ୍ବାଇ-ହାୱଡ଼ା ରେଳ ଲାଇନରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିଥିବା ସ୍ଥାନରେ ୩ଟି ଲାଇନ ରହିଥିବା ବେଳେ ସେଠାରେ ମାଲଗାଡ଼ିର ବଗିଗୁଡ଼ିକ ଏଣେତେଣେ ବିକ୍ଷିପ୍ତ ଭାବେ ପଡ଼ିଛି । ଏହି କାରଣରୁ ଉକ୍ତ ରୁଟରେ କୌଣସି ଟ୍ରେନ ଚଳାଚଳ କରିପାରିନଥିଲା । ଏଥିସହିତ ଦୁର୍ଘଟଣା ଫଳରେ କୋଇଲା ଟ୍ରାନ୍ସପୋର୍ଟିଂ କାମ ମଧ୍ୟ ପ୍ରଭାବିତ ହୋଇଛି । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟିନଥିବା ବିଳାସପୁର ରେଳ ମଣ୍ଡଳର ସିପିଆରଓ ସଙ୍କେତ ରଞ୍ଜନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.