fbpx

CSKକୁ ଆଉ ଏକ ଝଟକା: IPL-2024 ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ୫ଟିମ୍ୟାଚରୁ ୪ଟି ବିଜୟ ସହ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଏହାମଧ୍ୟରେ ଚେନ୍ନାଇ ଏବଂ ଅଧିନାୟକ ଋତୁରାଜଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଓପନର ଡିଭନ୍ କନୱେ । ଚଳିତ ସିଜନରେ ଗୋଟିଏ ବି ମ୍ୟାଚ ଖେଳି ନ ପାରି କନୱେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତେବେ କନୱେଙ୍କ ସ୍ଥାନରେ ଇଂଲଣ୍ଡର ରିଚାର୍ଡ ଗ୍ଲିସନଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।

ରିପୋର୍ଟ ଅନୁସାରେ, ଆହତ ସମସ୍ୟା ଯୋଗୁଁ ଆଇପିଏଲ-୨୦୨୪ରେ କମବ୍ୟାକ କରିପାରିବେ ନାହିଁ ଚେନ୍ନାଇର ଷ୍ଟାର ବ୍ୟାଟର ଡିଭନ କନୱେ । ଚେନ୍ନାଇ ପାଇଁ ଦୁଇଟି ସିଜନ ଖେଳିଥିବା କନୱେ ୨୩ଟି ମ୍ୟାଚରୁ ୯୨୪ ରନ୍ ସଂଗ୍ରହ କରିଛନ୍ତି । ଏହାଭିତରେ ସେ ୯ଟି ଅର୍ଦ୍ଧର୍ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡ କ୍ରିକେଟର ଡିଭନ୍ କନୱେଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ସମସ୍ୟାରୁ ବାହାରି ପାରି ନାହାନ୍ତି କନୱେ । ତେଣୁ ସେ ଆଇପିଏଲ-୨୦୨୪ରୁ ସମ୍ପୂର୍ଣ୍ଣ ରୂପରେ ବାଦ୍ ପଡ଼ିଛନ୍ତି ।

ତେବେ କନୱେଙ୍କ ସ୍ଥାନରେ ଆର୍ଉ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଇଂଲଣ୍ଡର ଷ୍ଟାର କ୍ରିକେଟର ରିଚାର୍ଡ ଗ୍ଲିସନଙ୍କୁ ଚେନ୍ନାଇ ନିଜ ଦଳରେ ସାମିଲ କରିଛି । ଗ୍ଲିସନ ଇଂଲଣ୍ଡ ତରଫରୁ ୬ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ଏଥିରୁ ୯ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଘରୋଇ କ୍ରିକେଟରେ ୯୦ଟି ଟି-୨୦ ମ୍ୟାଚରୁ ୧୦୧ ୱିକେଟ ହାସଲ କରିଛନ୍ତି ଗ୍ଲିସେନ । ଚେନ୍ନାଇ ଗ୍ଲିସେନଙ୍କ ବେସ୍ ପ୍ରାଇସ ୫୦ ଲକ୍ଷରେ ତାଙ୍କୁ ଦଳରେ ସାମିଲ କରିଛି ।

Get real time updates directly on you device, subscribe now.