fbpx

ଫ୍ରିଜରେ ରଖନ୍ତୁ ନାହିଁ ଏହି ଜିନିଷ, ଶୀଘ୍ର ହୋଇଥାଏ ଖରାପ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକଙ୍କ ଘରେ ଫ୍ରିଜ୍ ରହିବା ଏକ ସାଧାରଣ କଥା । ଫ୍ରିଜରେ ଖାଦ୍ୟ ଜିନିଷ ରହିଲେ ଶୀଘ୍ର ଖରାପ ହୋଇନଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଜାଣି ନଥାନ୍ତି ଯେ ଫ୍ରିଜରେ କେଉଁ ଜିନିଷ ରଖିବା ଉଚିତ ଏବଂ କେଉଁଟା ନୁହେଁ । ସେମାନଙ୍କ ଏପରି ଭୁଲ ଦ୍ୱାରା ଖାଦ୍ୟ ବିଷାକ୍ତ ହେବା ସହ ପରବର୍ତ୍ତୀ ସମୟରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଫ୍ରିଜରେ ରଖିବା ଉଚିତ ନୁହେଁ ।

୧. ବ୍ରେଡ୍(ପାଉଁରୁଟି): ଫ୍ରିଜରେ ପାଉଁରୁଟି ରଖିବା ଦ୍ୱାରା ଶୀଘ୍ର ଖରାପ ହୋଇଥାଏ ।

୨. ଟମାଟୋ: ଟମାଟୋକୁ ସବୁବେଳେ ରୁମ୍ ଟେମ୍ପ୍ରେଚରରେ ରଖିବାକୁ ଚେଷ୍ଟା କରନ୍ତୁ । ଫ୍ରିଜରେ ଟମାଟୋ ରଖିବା ଦ୍ୱାରା ଏହାର ସ୍ୱାଦ ଏବଂ ଟେକ୍ସଚର ବିଗିଡ଼ି ଯାଏ ।

୩. ମହୁ: ଫ୍ରିଜରେ ମହୁ ରଖିଲେ ଏହା ଜାମ ହୋଇଯାଏ ।

୪. ତରଭୂଜ: ତରଭୂଜ ଫ୍ରିଜରେ ରଖିଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ନଷ୍ଟ ହୋଇଯାଏ । ଏହା ବ୍ୟତୀତ ଅନ୍ୟାନ୍ୟ ଲେମ୍ବୁ, କମଳା, ଅଙ୍ଗୁର ଇତ୍ୟାଦି ଫଳ ରଖିବା ଉଚିତ ନୁହେଁ ।

୫. ଆଳୁ: ଆଳୁରେ ବହୁ ମାତ୍ରାରେ ଷ୍ଟାର୍ଚ ରହିଛି । ତେଣୁ ଆଳୁକୁ ଫ୍ରିଜରେ ରଖିଲେ ଏହି ଷ୍ଟାର୍ଚ ଶର୍କରାରେ ପରିବର୍ତ୍ତନ ହୋଇଯାଏ ।

୬. ପିଆଜ: ଫ୍ରିଜରେ ପିଆଜ ରଖିଲେ ଏହା ଆଦ୍ରତା ବା ମଇଶ୍ଚର ଅବଶୋଷଣ କରିଥାଏ । ଫଳରେ ଶୀଘ୍ର ଖରାପ ହୋଇଥାଏ ।

୭. ରସୁଣ: ଫ୍ରିଜରେ ରସୁଣ ରଖିଲେ ଏଥିରେ ଗଜା ବାହାରିଥାଏ । ଏହା ଖାଇବାକୁ କିମ୍ବା ରୋଷେଇ କଲେ ଭଲ ଲାଗିନଥାଏ ।

୮. କଦଳୀ: ଫ୍ରିଜରେ କଦଳୀ ରଖିଲେ ଏହା ଶୀଘ୍ର କଳା ପଡ଼ିଥାଏ ।

୯. କଫି: ଫ୍ରିଜରେ କଫି ରଖିବା ଦ୍ୱାରା ଏହା ଅନ୍ୟ ଖାଦ୍ୟର ଗନ୍ଧକୁ ଅବଶୋଷଣ କରିଥାଏ । କଫିକୁ ସବୁବେଳେ ଶୁଖିଲା ସ୍ଥାନରେ ରଖନ୍ତୁ ନଚେତ୍ ଏହା ଶୀଘ୍ର ଖରାପ ହୋଇଯିବ ।

୧୦. ଆଚାର: ଫ୍ରିଜରେ ଆଚାର ରଖିଲେ ଏହା ଶୀଘ୍ର ଖରାପ ହେବା ସହ ଅନ୍ୟ ଜିନିଷକୁ ମଧ୍ୟ ଖରାପ କରିଥାଏ ।

 

Get real time updates directly on you device, subscribe now.