fbpx

କୋର୍ଟରେ ଇଡି କଲା ବଡ଼ ଖୁଲାସା, କହିଲା କାହିଁକି ବଢୁଛି କେଜ୍ରିୱାଲଙ୍କ ସୁଗାର

ନୂଆଦିଲ୍ଲୀ: ଭିଡିଓ କନଫେରନ୍ସ ଜରିଆରେ ନିୟମିତ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ଅନୁମତି ଦେବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋର୍ଟରେ କରିଥିବା ଆବେଦନ ଉପରେ ଗୁରୁବାର ଇଡି ଏହାର ଜବାବ ରଖିଛି । ଇଡି ପକ୍ଷରୁ ଓକିଲ ଜୁହେବ ହୁସେନ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁଗାର ବଢିବାର କାରଣ ହେଉଛି ତାଙ୍କ ଘରର ଖାଦ୍ୟ । ତାଙ୍କୁ ଘରୁ ଆଳୁ ପୁରୀ, ଆମ୍ବ, ମିଠା ଓ ଅନ୍ୟାନ୍ୟ ମିଠା ଜିନିଷ ଖାଇବାକୁ ଦିଆଯାଉଛି ଓ ଏହାକୁ ମେଡିକାଲ୍ ଆଧାରରେ ଜାମିନ ଦାଖଲ କରିବାର ଆଧାର କରାଯାଉଛି ।

ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ ଇଡି ଓକିଲଙ୍କ ଦଲିଲକୁ ବିରୋଧ କରି କହିଛନ୍ତି କି ଯାଞ୍ଚ ଏଜେନ୍ସୀ ଏପରି ବୟାନ ମିଡିଆ ଲାଗି ଦେଉଛି । କେଜ୍ରିୱାଲଙ୍କ ଓକିଲ କହିଛନ୍ତି ତାଙ୍କ ଫାଷ୍ଟିଂ ସୁଗାର ୨୪୩ ଥିଲା ଯାହା କି ବହୁତ ଅଧିକ । କେଜ୍ରିୱାଲଙ୍କୁ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଦେଶିତ ଖାଦ୍ୟ ହିଁ ଦିଆଯାଉଛି । ଅନ୍ୟପକ୍ଷରେ ଇଡି କହିଛି କେଜ୍ରିୱାଲ ଜେଲ୍‌ରେ ଚିନି ଯୁକ୍ତ ଚା’ ପିଉଛନ୍ତି ।

ଇଡିର ଏପରି ଉତ୍ତର ଶୁଣିବା ପରେ କେଜ୍ରିୱାଲ ନିଜ ଯାଚିକା ଫେରାଇ ନେଇଛନ୍ତି । କେଜ୍ରିୱାଲଙ୍କ ଓକିଲ କହିଛନ୍ତି ସେ ସଂଶୋଧିତ ଯାଚିକା ଦାଖଲ କରିବେ । ଇଡି କହିଛି ଆମେ କେଜ୍ରିୱାଲଙ୍କ ସୁଗାର ଲେବୁଲକୁ ନେଇ ଜେଲ୍ ଅଥରିଟୀଙ୍କୁ ରିପୋର୍ଟ ମାଗିଛୁ । ଏହା ସହିତ ତାଙ୍କ ଡାଏଟ୍ ଚାର୍ଟ ବି ମଗାଯାଇଛି । କେଜ୍ରିୱାଲଙ୍କ ଫାଷ୍ଟିଂ ସୁଗାର ୧୭୩, ୨୬୭ ପର୍ଯ୍ୟନ୍ତ ଯାଇଛି ଯାହା ବିପଦଜନକ ନୁହେଁ । କୋର୍ଟ ମଧ୍ୟ ଜେଲ୍ ଅଧିକାରୀଙ୍କ ଠାରୁ କେଜ୍ରିୱାଲଙ୍କ ଡାଏଟ୍ ଚାର୍ଟ ମାଗିବ । ରାଉଜ୍ ଆଭେନ୍ୟୁ କୋର୍ଟରେ କାଲି ଅର୍ଥାତ୍ ଶୁକ୍ରବାର ମାମଲାର ଶୁଣାଣୀ ହେବ ।

Get real time updates directly on you device, subscribe now.