fbpx

ପୁଣି ଏକ ଚିତାର ମୃତ୍ୟୁ: ଆଖି ବୁଜିଲା ୬ ବର୍ଷୀୟ ‘ଉଦୟ’, ଦୁଇ ମାସରେ ଦୁଇ ଚିତା ଚାଲିଗଲେ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ ଅବସରରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ୮ଟି ଚିତା ଅଣାଯାଇଥିଲା । ୫ଟି ମହିଳା ଓ ୩ଟି ପୁରୁଷ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ରଖାଯାଇଥିଲା । ଏହି ଚିତାମାନଙ୍କୁ ପିଏମ୍ ମୋଦୀ ଅତ୍ୟନ୍ତ ସ୍ନେହ ଆଦର କରୁଥିବା ବେଳେ ସେମାନଙ୍କୁ ଜଙ୍ଗଲରେ ଛଡ଼ା ଯାଇଥିଲା । ତେବେ ଗତ ମାସ ୨୭ ତାରିଖରେ ମୃତ୍ୟୁ ସହ ଲଢ଼େଇ କରି ଗୋଟିଏ ମାଈ ଚିତା ‘ଶାଶା’ ଆଖି ବୁଜିଥିଲା ।

ତେବେ କୁନୋ ନ୍ୟାସନାଲ ପାର୍କକୁ ମୋଟ ୨୦ଟି ଚିତା ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଏବେ ଆଉ ୧୮ଟି ରହିଛନ୍ତି । ପୂର୍ବରୁ କିଡନୀ ସଂକ୍ରମଣରେ ଗୋଟିଏ ଚିତାର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଗୋଟିଏ ଚିତାର ମୃତ୍ୟୁ ଘଟିଛି । ମୃତ ଚିତାର ନାମ ‘ଉଦୟ’ ଓ ତା’ର ବୟସ ୬ ବର୍ଷ ବୋଲି ଜଣାପଡ଼ିଛି । କ୍ୱାରେଣ୍ଟାଇନ୍ ପିରିଅଡ ସମାପ୍ତ ହେବା ପରେ ଚଳିତ ମାସରେ ଆଫ୍ରିକୀୟ ଚିତାଙ୍କୁ ବଡ଼ ବାଡ଼ ଥିବା ଖୋଲା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

ଫେବୃଆରୀ ୧୮ରେ କୁନୋ ପାର୍କକୁ ୧୨ଟି ଚିତା ଅଣାଯାଇଥିବା ବେଳେ ଏପ୍ରିଲ ୧୭ରେ ସେମାନଙ୍କୁ ଜଙ୍ଗଲରେ ଛଡ଼ା ଯାଇଥିଲା । ଏହାପରେ ୧୮ ତାରିଖରେ ଅବଶିଷ୍ଟ ୯ଟି ଚିତାଙ୍କୁ ମଧ୍ୟ କୁନୋର ବାଡ଼ ମଧ୍ୟରେ ରିଲିଜ୍ କରାଯାଇଥିଲା । ଗତ ମାସ ୨୯ ତାରିଖରେ କୁନୋ ଜାତୀୟ ଉଦ୍ୟାନରୁ ଆସିଥିଲା ଏକ ଖୁସି ଖବର । ଆଫ୍ରିକାରୁ ଆସିଥିବା ଚିତା ଭାରତରେ ବଂଶ ବୃଦ୍ଧି କରିଥିଲେ । ୪ଟି ନୂଆ ଚିତା ଜନ୍ମନେଇଥିଲେ । ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ୱିଟରରେ ଏକ ଭିଡିଓ ଶେୟାର କରିଥିଲେ ।

Get real time updates directly on you device, subscribe now.