ଛତିଶଗଡ଼ରେ ପୁଣି ଏନକାଉଣ୍ଟର: ଜଣେ ମାଓବାଦୀ ନିପାତ
ଛତିଶଗଡ଼ର ଟେକମେଟା ଜଙ୍ଗଲରେ ପୁଣି ଏନକାଉଣ୍ଟର ହୋଇଛି, ଏଥିରେ ଜଣେ ମାଓବାଦୀ ନିହତ ହୋଇଛି।
ଛତିଶଗଡ଼: ପୁଣି ଏନକାଉଣ୍ଟର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଛତିଶଗଡ଼ର ଟେକମେଟା ଜଙ୍ଗଲରେ ପୁଣି ଏନକାଉଣ୍ଟର ଘଟିଛି। ଏହି ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ ହୋଇଛି।
ଘଟଣାସ୍ଥଳରେ ମୃତଦେହ ସହ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। ଡିଆରଜି ଓ କୋବ୍ରା ଯବାନଙ୍କ ଅପରେସନ ଜାରି ରହିଛି। ଏ ନେଇ ବିଜାପୁର ଏଏସପି ସୂଚନା ଜାରି କରିଛନ୍ତି।
ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ଘୋଷଣା କରିଛନ୍ତି ଯେ, 31 ମାର୍ଚ୍ଚ, 2026 ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରାଯିବ। ସେ ନକ୍ସଲବାଦୀମାନଙ୍କୁ ହିଂସାର ପଥ ଛାଡି ଶାନ୍ତି ଏବଂ ବିକାଶର ପଥ ବାଛିବାକୁ ମଧ୍ୟ ନିବେଦନ କରିଛନ୍ତି ।
ଶନିବାର ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀର ଏକ ଅପରେସନରେ ୧୬ ଜଣ ନକ୍ସଲ ନିହତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ୩୧ ମାର୍ଚ୍ଚ, ୨୦୨୬ ପୂର୍ବରୁ ନକ୍ସଲବାଦ ସମାପ୍ତ କରିବା ପାଇଁ ସରକାରଙ୍କ ସଂକଳ୍ପର ଏକ ଅଂଶ ବୋଲି କହିଛନ୍ତି ।