fbpx

ଆଉ ଏକ ଜୀବନ ନେଲା ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Advertisement

କଟକ: ବାହାନଗା ଦୁର୍ଘଟଣାରେ ଆଉ ଜଣେ ଆହତ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇ ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ପଶ୍ଚିମବଙ୍ଗର ସାହିଲ ମନସୁର । ଦୁର୍ଘଟଣା ପରେ ୧୫ ଦିନ ପର୍ଯ୍ୟନ୍ତ ସର୍ଜରୀ ଆଇସିୟୁରେ ସାହିଲ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । କିନ୍ତୁ ଶେଷରେ ଆଜି ସେ ମୃତ୍ୟୁ ଆଗରେ ହାର୍ ମାନିଛନ୍ତି । ଜୀବନ-ମୃତ୍ୟୁର ଏହି ସଂଗ୍ରାମରେ ସେ ପଛରେ ପଡି ଯାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏସସିବି ମେଡିକାଲରେ ସାହିଲ ପ୍ରାଣ ହରାଇଛନ୍ତି । ତେବେ ତାଙ୍କର ମୃତ୍ୟୁ ସହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧ରେ ପହଞ୍ଚିଛି ।

ସୂଚନା ଅନୁସାରେ, ଗତ ୨ ତାରିଖରେ ବାଲେଶ୍ୱରର ବାହାନଗା ଷ୍ଟେସନଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପୁଣି ବୃଦ୍ଧି ପାଇଛି । କଟକ ଏସସିବିରେ ଚିକିତ୍ସାରତ ଥିବା ଆଉ ଜଣେ ଆହତ ଆଜି ପ୍ରାଣ ହରାଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଜାଣିବାକୁ ମିଳିଛି । ପଶ୍ଚିମବଙ୍ଗର ସାହିଲ ମନସୁର ନାମକ ଜଣେ ଯାତ୍ରୀ ଏହି ଦୁର୍ଘଟରାରେ ଆହତ ହୋଇଥିଲେ । ତେବେଏହାପରେ ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ର ସର୍ଜରୀ ୱାର୍ଡ ଆଇସିୟୁରେ ରଖା ଯାଇଥିଲା । ତେବେ ଏଠାରେ ସେ ଗତ ୧୫ ଦିନରୁ ଜୀବନ-ମରଣ ସହ ଲଢେଇ କରୁଥିଲେ । କିନ୍ତୁ ଆଜି ସେ ଏହି ଯୁଦ୍ଧରେ ହାରି ଯାଇଛନ୍ତି । ଭୟଙ୍କର ଦୁର୍ଘଟଣାର ଆଉ ଜଣେ ଶିକାର ପାଲଟି ଯାଇଛନ୍ତି ସାହିଲ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟରାରେ ୨୯୧ ଜଣ ପ୍ରାଣ ହରାଇ ସାରିଛନ୍ତି । ଗତକାଲି ମଧ୍ୟ ବିହାରର ଜଣେ ଯାତ୍ରୀ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.