ସାବଧାନ ଆସୁଛି ବଡ଼ ବର୍ଷା! ଆଜି ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, 25 ବେଳକୁ ପୁଣି ଆସିବ ଲଘୁଚାପ
ଆଜି ଅଧା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।
ଭୁବନେଶ୍ବର: ରାଜ୍ୟରେ ଆଜିଠୁ 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।
ବିଶେଷକରି 22, 25 ଏବଂ 26 ତାରିଖରେ ଭୀଷଣ ବର୍ଷାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗାପସାଗର ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି ।
ତେବେ ଆଜି ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦ୍ରାପଡା, ଜଗତସିଂପୁର ଏବଂ କଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି ଯାଜପୁର, ଖୋର୍ଦ୍ଧା, ସମ୍ବଲପୁର, ଦେବଦଡ, ଦେନ୍ଦୁଝର, ପୁରୀ, ବରଗଡ଼, ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଏହାର ପ୍ରଭାବରେ ବର୍ଷା ଲାଗି ରହୁଥିବା ବେଳେ ସେହି ସ୍ଥାନରେ ପୁଣିଥରେ 25ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ 25 ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଏହା ଉତ୍ତର ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ଝାଡଖଣ୍ଡ ଆଡକୁ କରିପାରେ ବୋଲି ଆଶଙ୍କା କରାଯାଉଛି । ଏହାପରେ ପୁଣିଥରେ 30 ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।