fbpx

ପୁଣି କଟକରେ ଛୁରାମାଡ଼: ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଆକ୍ରମଣ

କଟକ: ପୁଣିଥରେ ରକ୍ତରେ ରକ୍ତରଞ୍ଜିତ ହୋଇଛି ସିଲଭର ସିଟି କଟକ । ସହରର ଜନଗହଳି ପୂର୍ଣ୍ଣ ଦୋଳମୁଣ୍ଡାଇ ଛକରେ ଜଣେ ମହିଳାଙ୍କ ଉପରେ ଛୁରାମାଡ଼ ହୋଇଥିବା ଜାଣିବାକୁ ମିଳିଛି । ଦୋଳମୁଣ୍ଡାଇ ଛକରେ ଥିବା ଏକ ପାର୍ଲର ଭିତରେ ପଶି ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ପାର୍ଲର ଭିତରେ ନିଜ କାମ କରୁଥିବା ବେଳେ ହାଂତ୍ ଜଣେ ଯୁବକ ପଶି ଆସି ତାଙ୍କ ଉପରେ ଆକ୍ରମଣ କରିଥିଲା । ଛୁରାମାଡ଼ରେ ଗୁରୁତର ଆହତ ହୋଇ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆକ୍ରମଣର କାରଣ ଜଣା ପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.