fbpx
BSKY SKY
BSKY SKY

ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି

BSKY

କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ଅଞ୍ଚଳର ଜଣେ ମହିଳା କୋଭିଡ ମହାମାରୀର ପରବର୍ତ୍ତୀ ଜଟିଳତା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି । ଗତକାଲି ନିଶ୍ଚିତକୋଇଲିର ଜଣେ ମହିଳା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ । ନୂଆକରି ଇକମୋ ୟୁନିଟ୍ ଆରମ୍ଭ ହେବା ପରେ ଏବେ ୨ ଜଣ ମହିଳା ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପୂର୍ବରୁ ଇକମୋ ଚିକିତ୍ସାର ସୁବିଧା ନଥିବାରୁ ଗୁରୁତର ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା ।

ତେବେ ଗତ ଶୁକ୍ରବାର ଦିନ କଟକ ଏସସିବିରେ ଇକମୋ ଚିକିତ୍ସାର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୯ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଚିକିତ୍ସା ବହୁତ ମହଙ୍ଗା ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଯୋଗାଇଛନ୍ତି । ଏଥିରେ ଯାହା ବି ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘାଷଣା କରିଛନ୍ତି ।

Get real time updates directly on you device, subscribe now.