fbpx

ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘Anti Rape Bill: ଦୋଷୀକୁ ୧୦ ଦିନ ଭିତରେ ଫାଶୀ ମିଳିବା ନେଇ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: କୋଲକତାର ଆର.ଜି କର ହସ୍ପିଟାଲରେ ଘଟିଥିବା ଟ୍ରେନିଂ ମହିଳା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଆଜି ବି ସାରା ଦେଶରେ ବିବାଦ ଥମିନାହିଁ । ଏହା ମଧ୍ୟରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ‘ଆଣ୍ଟି ରେପ୍ ବିଲ’ ଆଗତ ହୋଇଛି । ରାଜ୍ୟ ବିଧାନସଭାର ଦୁଇ ଦିବସୀୟ ବିଶେଷ ଅଧିବେଶନର ଅନ୍ତିମ ଦିନରେ ମମତା ବାନାର୍ଜୀ ସରକାର ଏହି ବିଲ୍ ଆଗତ କରିଛନ୍ତି । ଦୋଷୀମାନଙ୍କୁ ୧୦ ଦିନ ଭିତରେ ଫାଶୀ ଦଣ୍ଡ ଦେବା ନେଇ ଏହି ବିଲରେ ବ୍ୟବସ୍ଥା ରହିଛି ।

ଏହି ବିଲର ନାମ ‘ଅପରାଜିତା ୱିମେନ ଆଣ୍ଡ ଚାଇଲ୍ଡ (ପଶ୍ଚିମ ବଙ୍ଗ ଅପରାଧିକ କାନୁନ ଓ ସଂଶୋଧନ) ବିଲ୍ ୨୦୨୪’ ରଖାଯାଇଛି । ଏହି ବିଲରେ ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀ ଦେବାର ବ୍ୟବସ୍ଥା ରହିବା ସହିତ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ୨୧ ଦିନ ଭିତରେ ଦାଖଲ କରିବା, ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରିବା ଓ ଧାର୍ଯ୍ୟ ସମୟରେ ଶୁଣାଣି ସମାପ୍ତ କରିବାର ମଧ୍ୟ ବ୍ୟବସ୍ଥା ରହିଛି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୯ ତାରିଖରେ ଜୁନିୟର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କୁ ହତ୍ୟା କରାଯାଇଥିଲା । ତା’ ପରଠାରୁ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ମହିଳା ଡାକ୍ତରଙ୍କୁ ନ୍ୟାୟ ପାଇଁ ଦାବି ହୋଇ ଆସୁଛି । କୋଲକତା ରାଜରାସ୍ତାରେ ଜୁନିୟର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୋଲକତାର ନିର୍ଭୟା ପାଇଁ ନ୍ୟାୟ ଦାବି କରୁଛନ୍ତି ଓ ମହିଳାଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ୱରଉତ୍ତୋଳନ କରୁଛନ୍ତି ।

Get real time updates directly on you device, subscribe now.