fbpx

ଅନୁଭବ-ବର୍ଷା ବିବାଦ: ସାମ୍ନାକୁ ଆସିଲା ନୂଆ ଭିଡିଓ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି, କିନ୍ତୁ କମିବାରେ ନାଁ ନେଉନାହିଁ । ଏହାରି ମଧ୍ୟରେ ଅଭିନେତା ଦମ୍ପତି ଅନୁଭବ-ବର୍ଷାଙ୍କୁ ନେଇ ପୁଣି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନୁଭବ ଓ ବର୍ଷା ପରସ୍ପରଙ୍କୁ ଆକ୍ଷେପ କରୁଥିବା ଶୁଣିବାକୁ ମିଳୁଛି । ଏହା ସହ ବର୍ଷାଙ୍କୁ ନିଜ ରୁମକୁ ଯିବା ପାଇଁ ଅନୁରୋଧ କରିଛନ୍ତି ଅନୁଭବ । କଟକ ନନ୍ଦିସାହି ଘରେ ଭିଡିଓ ରେକର୍ଡ ହୋଇଥିବା ଅନୁମାନ ହେଉଛି ।

ବର୍ଷା ମହିଳା କମିସନଙ୍କୁ ଭେଟିବା ପରେ ଭିଡିଓ ସୁଟ୍ ହୋଇଥିବା ସୂଚନା ମିଳିଛି । ତେବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ଉଠାଇଛନ୍ତି ପରକୀୟା ପ୍ରୀତି ।

 

Get real time updates directly on you device, subscribe now.